ବଜ୍ରାଘାତରେ ୪ ବଳଦ ମୃତ
ଫୁଲବାଣୀ : କନ୍ଧମାଳ ଜିଲା ଚକାପାଦ ବ୍ଳକ ଅନ୍ତର୍ଗତ କୁସୁମେଣ୍ଡି ପଞ୍ଚାୟତର ଗୁଣାକୁମ୍ପା ଗ୍ରାମରେ ବଜ୍ରାଘାତ ଯୋଗୁଁ ଶରତ ପ୍ରଧାନ ଓ ଅନନ୍ତ ପ୍ରଧାନଙ୍କର ୪ ଗୋଟି ବଳଦଙ୍କ ମୃତ୍ୟୁ ଘଟିଛି। ଏହି ସମୟରେ ବଦଳମାନେ ସ୍ଥାନୀୟ ଏକ ପଡିଆରେ ଚରୁଥିବା ବେଳେ ବର୍ଷା ହେବାରୁ ଗୋଟେ ପଣସ ଗଛ ତଳେ ଛିଡା ହେଇଥିବା ସମୟରେ ବିଜୁଳି ମାରିବାରୁ ସେଠାରେ ୪ ଟି ଯାଏ ବଳଦ ମୃତ୍ୟୁ ବରଣ କରିଛନ୍ତି। ପ୍ରକାଶ ଯେ, ଉଭୟ ଗରିବ ଶ୍ରେଣୀର ହେଇଥିବାରୁ ବଳଦ ନହେଲେ ବିଲ କାମ ଜଙ୍ଗଲ କାମ କେମିତି କରିବୁ ଭାବି ମୁଣ୍ଡରେ ହାତ ଦେଇ ସରକାରଙ୍କ ଆଶାରେ ବସିଛନ୍ତି। ୪ଟି ବଳଦର ଆନୁମାନିକ ୪୦ ହଜାର ଟଙ୍କା ହେବ, ହେଲେ ଏବେ କୋଉଠୁ ଏତେ ଟଙ୍କା ଆସିବ ଆଉ ବଳଦ କିଣିକି ଚାଷ ହେବ ସେଇଟା ଏବେ ଚିନ୍ତା ର କାରଣ, ଏଣୁ ସ୍ଥାନୀୟ ଗ୍ରାମବାସୀ ତୁରନ୍ତ ସରକାରୀ ସାହାଯ୍ୟ ଦିଆଯାଉ ବୋଲି ଦାବି କରିଛନ୍ତି। ସ୍ଥାନୀୟ ଏଲଆଇ ଓ ସ୍ଥାନୀୟ ସୋରପଞ୍ଚ ସୁମତି କହଁର ଘଟଣା ସ୍ଥଳରେ ପହଞ୍ଚି କ୍ଷତିଗସ୍ତ ହୋଇଥିବା ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ।
Powered by Froala Editor