ମୋଦିଙ୍କୁ ବିଷଧର ସାପ କହି ପୁଣି ସଫେଇ ଦେଲେ ଖଡଗେ
କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀଙ୍କୁ ‘ବିଷାକ୍ତ ସାପ’ କହି ସମାଲୋନା କରିବାରୁ ବିବାଦ ସୃଷ୍ଟି ହୋଇଛି। କର୍ଣ୍ଣାଟକାର ଗାଡାଗରେ ଆୟୋଜିତ ରାଲିରେ ଖଡଗେ ଏପରି ବୟାନ ଦେଇଥିଲେ।
ଖଡଗେ କହିଥିଲେ, ଆପଣ ଭାବୁଥିବେ ଏହା ବିଷ କି ନା, ଯଦି ଆପଣ ଏହାକୁ ଚାଖିବେ, ତେବେ ଆପଣଙ୍କ ମୃତ୍ୟୁ ହେବ। ସେ ଯାହା ଦେଇଛନ୍ତି, ସେଗୁଡ଼ିକୁ ଆମେ ଦେଖିବା। ଆପଣ ତା’କୁ ଯେମିତି ଚାଟିଦେବେ ସେମିତି ପୂରା ଶୋଇଯିବେ।” ତାଙ୍କର ଏପରି ବୟାନକୁ ବିଜେପି କଡ଼ା ଭାଷାରେ ନିନ୍ଦା କରିଛି।
ତେବେ ବିବାଦ ଉପୁଯିବାରୁ ଖଡଗେ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, ଏହି ବୟାନ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ନ ଥିଲା, ମୋର ଉଦ୍ଦେଶ୍ୟ ଥିଲା ବିଜେପିର ବିଚାରଧାରା ‘ସାପ ଭଳି’। ମୁଁ ପ୍ରଧାନମନ୍ତ୍ରୀଙ୍କ ପାଇଁ ବ୍ୟକ୍ତିଗତ ଭାବେ ଏହା କେବେ କହିନାହିଁ। ମୁଁ କହିଛି କି ତାଙ୍କ ବିଚାରଧାରା ସାପ ଭଳି, ଯଦି ଆପଣ ଏହାକୁ ଛୁଇଁବାକୁ ଚେଷ୍ଟା କରିବେ ତେବେ ଆପଣଙ୍କ ମୃତ୍ୟୁ ସୁନିଶ୍ଚିତ।
Powered by Froala Editor