ଡଙ୍ଗା ବୁଡିରେ ନିଖୋଜ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର
କେନ୍ଦ୍ରାପଡା: କେନ୍ଦ୍ରାପଡା ଆଳିଠାରେ ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡିରେ ନିଖୋଜ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। ଉଦ୍ଧାର ଯୁବକ ଜଣଙ୍କ ଦେବେନ୍ଦ୍ର ବେହେରା ବୋଲି ଜଣାପଡିଛି । ଅନ୍ୟପକ୍ଷରେ ବୁଡି ଯାଇଥିବା ଡଙ୍ଗାର ନାଉରିଆ ସୁଦର୍ଶନ ସ୍ଵାଇଁଙ୍କୁ ଏପର୍ୟ୍ୟନ୍ତ ଠାବ କରାଯାଇ ପାରିନାହିଁ ।
ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳେ କେନ୍ଦ୍ରାପଡା ଆଳି ବ୍ଲକ ଏକମାଣିଆରୁ ଯାତ୍ରୀବାହୀ ଡ଼ଙ୍ଗା ରାଜନଗର ବ୍ଲକ କେରଡ଼ାଗଡ଼ ଯାଉଥିବା ସମୟରେ ମଝି ନଈରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଡଙ୍ଗାରେ ଯାତ୍ରା କରୁଥିବା ପ୍ରାୟ ୨୫ଜଣ ଯାତ୍ରୀ ନଦୀ ମଧ୍ୟକୁ ଖସି ପଡିଥିଲେ । ଘାଟ କୂଳରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ବୁଡି ଯାଉଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ କ୍ଷଦମକଳ ବାହିନୀ ଉଦ୍ଧାର କାର୍ୟ୍ୟ ଚଳାଇଛନ୍ତି ।
Powered by Froala Editor