ଜାରି ରହିବ କାଳବୈଶାଖୀ ତାଣ୍ଡବ : ଏହି ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ
ଭୁବନେଶ୍ୱର: ଆସନ୍ତା ମେ ୧ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ ତାଣ୍ଡବ। ଉପାନ୍ତରୁ ଉପକୂଳ ସବୁଠି ଘଡଘଡି ବିଜୁଳି ସହ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ରାଜ୍ୟରେ କାଳେବୖଶାଖୀର ପ୍ରଭାବ ଅଧିକ ରହିବ। ଏଥିପାଇଁ ଉତ୍ତର-ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ୧୯ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।
ବର୍ଷା ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବହିବା ସହ ପ୍ରଚଣ୍ଡ ଘଡଘଡି ବିଜୁଳି ହେବ ବୋଲି ପାଣିପାଗ କେନ୍ଦ୍ର ସତର୍କ କରିଛି। ଓଡ଼ିଶାକୁ ପ୍ରବେଶ କରୁଥିବା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପାଇଁ ରାଜ୍ୟରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି ।
ଓଡ଼ିଶା ଉପରେ ଏବେ କୌଣସି ସିଷ୍ଟମ ସମ୍ଭାବନା ନ ଥିବାରୁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। କାଳବୈଶାଖୀର ପ୍ରଭାବ ଜାରି ରହିଥିବାରୁ ଆସନ୍ତା ମେ ପ୍ରଥମ ସପ୍ତାହ ପର୍ୟ୍ୟନ୍ତ ରାଜ୍ୟରେ ତାତି ବୃଦ୍ଧି ହେବାର ସମ୍ଭାବନା ନାହିଁ।
Powered by Froala Editor