କଲେଜ କ୍ୟାମ୍ପସକୁ ଅଣଛାତ୍ରଙ୍କ ପ୍ରବେଶରେ ଲାଗିବ ରୋକ, କର୍ତ୍ତୃପକ୍ଷ ଲଗାଇଲେ ପୋଷ୍ଟର
ଭୁବନେଶ୍ବର: କଲେଜ କ୍ୟାମ୍ପସକୁ ଅଣଛାତ୍ରଙ୍କ ପ୍ରବେଶରେ ଲାଗିବ ରୋକ । ବିଜେବି କଲେଜରେ କର୍ତ୍ତୃପକ୍ଷ ପୋଷ୍ଟର ଲଗାଇଛନ୍ତି । ଅଣଛାତ୍ରଙ୍କ ପ୍ରବେଶରେ ରୋକ ଲଗାଇବା ପାଇଁ ମଙ୍ଗଳବାର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । କଲେଜ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପୋଲିସ ମଧ୍ୟ ସାମିଲ ହୋଇଥିଲେ । ଅଣଛାତ୍ରଙ୍କ ଗଣ୍ଡଗୋଳ ଘଟଣାରେ ଆକ୍ସନ ମୋଡ଼କୁ ଆସିଛି ବଡଗଡ଼ ପୋଲିସ ।
କ୍ରିକେଟ୍ ଖେଳକୁ ନେଇ ଗଣ୍ଡଗୋଳ ଘଟଣାରେ ୮ ଜଣ ଗିରଫ ହୋଇଥିଲେ । ଜଣେ ଅଭିଯୁକ୍ତର ସରକାରୀ ଜମିରେ ଥିବା ଘର ଭାଙ୍ଗିଥଲା ପୋଲିସ ।
Powered by Froala Editor