୪ଶହରୁ ଅଧିକ ମାଓ ବାଦୀ କ୍ୟାଡରର ଆତ୍ମସମର୍ପଣ

ଛତିଶଗଡ: ସଫଳ ହେଉଛି ସରକାର ଯୋଜନା । ସମାଜର ମୁଖ୍ୟ ସ୍ରୋତକୁ ଫେରୁଛନ୍ତି ମାଓବାଦୀ । ଛତିଶଗଡ ସରକାରଙ୍କ ପ୍ରୟାସ ଏକପ୍ରକାର ସଫଳ ହେଉଥିବା ଦେଖିବାକୁ ମିଳିଛି । ବସ୍ତର, ଦାନ୍ତେୱାଡା ଅଞ୍ଚଳରେ ନକ୍ସଲ ସକ୍ରିୟ ଥିବା ବେଳେ ଲାଲ ଗଡ ଭୁଶୁଡିବାରେ ଲାଗିଛି । ପ୍ରତିବର୍ଷ ପ୍ରାୟ ୪ଶହରୁ ଅଧିକ ମାଓ ବାଦୀ କ୍ୟାଡର ଆତ୍ମସମର୍ପଣ କରିଛନ୍ତି । ଏମାନେ ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଭଳି ରାଜ୍ୟରୁ ଆସିଛନ୍ତି ।
ସେମାନଙ୍କୁ ଆର୍ଥିକ ସହାୟତା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି। ଏଥିସହିତ ରୋଜଗାରକ୍ଷମ କରିବା ପାଇଁ ବିଭିନ୍ନ ଯୋଜନା କରିଛନ୍ତି ରାଜ୍ୟ ସରକାର । ଦାନ୍ତେୱାଡାରେ “ଲୋନ ଭାରାଟୁ” ନାମକ ଏକ ସ୍ୱତନ୍ତ୍ର ଅଭିଯାନ ହୋଇଛି । ଆତ୍ମ ସମର୍ପଣ କରିଥିବା ମାଓ ବାଦୀମାନେ ଛତିଶଗଡ ପୋଲିସର ସଶସ୍ତ୍ର ବାହିନୀରେ ସାମିଲ ହୋଇ ନକ୍ସଲ ଅପରେସନ୍ ରେ ପୋଲିସକୁ ସାହାଯ୍ୟ କରୁଛନ୍ତି ।
Powered by Froala Editor