ଦୁବାଇରେ ସଲମାନଙ୍କୁ ମିଳିଲା ବିବାହ ଅଫର
ଅନେକ ଥର ସଲମାନ ତାଙ୍କ ଅବିବାହିତ ଜୀବନକୁ ନେଇ ଆଲୋଚନାର ବିଷୟ ହୋଇଥାନ୍ତି । ସଲମାନଙ୍କୁ ଅନେକ ସମୟରେ ପଚରାଯାଏ ଯେ ସେ କାହିଁକି ବିବାହ କରୁନାହାଁନ୍ତି? ସଲମାନ ବିବାହ କରନ୍ତୁ ଏବଂ ଘର ସଂସାର କରନ୍ତୁ ବୋଲି ପଚାରିଥାନ୍ତି । ହେଲେ ଏବେ ଜଣେ ଯୁବତୀ ଖୋଲାଖୋଲି ତାଙ୍କୁ ବିବାହ ପ୍ରସ୍ତାବ ଦେଇଛନ୍ତି ।
ସଲମାନ ଏବେ ତାଙ୍କ ଚଳଚ୍ଚିତ୍ର 'କିସି କା ଭାଇ କିସି କୀ ଜାନ'ର ପ୍ରମୋସନ ପାଇଁ ଦୁବାଇରେ ଅଛନ୍ତି। ଯେତେବେଳେ ସଲମାନ ଦୁବାଇରେ ପହଞ୍ଚିଲେ, ପ୍ରଶଂସକମାନେ ତାଙ୍କୁ ଦେଖି ବହୁତ ଉତ୍ସାହିତ ହୋଇଯାଇଥିଲେ। ସେଠାରେ ସେ ଯେତେବେଳେ ତାଙ୍କ ପ୍ରଶଂସକଙ୍କ ସହ କଥାବାର୍ତ୍ତା ହେଉଥିଲେ ଏହି ସମୟ ମଧ୍ୟରେ ବିବାହର କଥା ମଧ୍ୟ ଉଠିଥିଲା।
ଏହି ସମୟରେ ଜଣେ ଯୁବତୀ ବଡପାଟିରେ କହିଥିଲେ, "ସଲମାନ, ମୋତେ ବିବାହ କର!" ଏହି ସମୟରେ ଆଉ ଜଣେ ଯୁବତୀ ତାଙ୍କୁ ବାଧା ଦେଇ କହିଥିଲେ, "ନା, ସଲମାନ, ବିବାହ କର ନାହିଁ"। ଏହା ପରେ ସଲମାନ ହସିହସି ଉତ୍ତର ଦେଇ କହିଥିଲେ, ଠିକ୍, ଠିକ୍, ଠିକ୍। ସଲମାନ ତାଙ୍କ ଅନ୍ଦାଜରେ ଯୁବତୀଙ୍କୁ ଉତ୍ତର ଦେଇଥିଲେ ବି ବିବାହ ପାଇଁ କିଛି କହିନଥିଲେ । ପୂର୍ବରୁ ମଧ୍ୟ ବିବାହ ପାଇଁ ବହୁ ଯୁବତୀ ତାଙ୍କୁ ଅଫର କରିଥିଲେ ବି ଭାଇ ଜାନ ଆଜି ଯାଏ ଅବିବାହିତ ଅଛନ୍ତି ।
Powered by Froala Editor