ପରକୀୟା ପ୍ରୀତିରୁ ଯୁବକଙ୍କୁ ଗଛରେ ବାନ୍ଧି ପିଟି ପିଟି ହତ୍ୟା

ମୋରଡ଼ା : ପରକୀୟା ପ୍ରୀତିରୁ ଯୁବକଙ୍କୁ ପିଟି ପିଟି ହତ୍ୟା । ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ବେତନଟୀ ଥାନା କେନ୍ଦୁଛାଟିଆ ଗାଁରେ ହତ୍ୟାକାଣ୍ଡ ଘଟିଛି । ଯୁବକଙ୍କୁ ଗଛରେ ବାନ୍ଧି ପିଟି ପିଟି ହତ୍ୟା କରିଛନ୍ତି । ହତ୍ୟା କରିଥିବା ବାପ ପୁଅଙ୍କୁ ଗଛରେ ବାନ୍ଧିଲେ ଗ୍ରାମବାସୀ । ମୃତକ ଗଣ୍ଡିଗଧା ଗାଁର ସୁନାରାମ ଟୁଡୁ । ଘଟଣାସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ ।ଖବର ଅନୁଯାୟୀ, ସୋମବାର ଦିନ ଗାଁରେ ଜାହୀରା ପୂଜା ଚାଲିଥିଲା । ପୂଜା ପରେ ପାରମ୍ପରିକ ନୃତ୍ୟ ଚାଲିଥିଲା । ଏହି ସମୟରେ ସୁରେଇଡ଼ିହି ପଞ୍ଚାୟତ ଗଣ୍ଡିଗୋଧା ଗାଁର ସୁନାରାମ ଟୁଡୁ (୨୫) ଜାସାୟଙ୍କ ସ୍ତ୍ରୀ ନାଚ ଚାଲିଥିବା ବେଳେ କେଉଁଆଡ଼େ ଚାଲିଯାଇଥିଲେ । ଜାସାୟଙ୍କୁ ସନ୍ଦେହ ହେବାରୁ ନିକଟରେ ଥିବା ଏକ ନିଛାଟିଆ ସ୍ଥାନରେ ଥିବା ଘରକୁ ଯାଇ ଦେଖିଲା ବେଳକୁ ଦୁହେଁ ଅନୈତିକ କାର୍ୟ୍ୟରେ ଲିପ୍ତଥିଲେ । ଏହା ଦେଖି ଜାସାୟ ଏବଂ ତାଙ୍କ ପୁଅ, ସୁନାରାମଙ୍କୁ ଧରି ଏକ ଗଛରେ ବାନ୍ଧି ରଖିଥିଲେ । ରାତି ତମାମ କାଠ ଫାଳିଆ ଏବଂ ବାଉଁଶ ବାଡ଼ିରେ ନିସ୍ତୁକ ମାଡ ମାରିଥିଲେ । ଯାହାଫଳରେ ତାଙ୍କ ଜୀବନ ଚାଲିଯାଇଥିଲା ।
ସେପଟେ ମଙ୍ଗଳବାର ସକାଳୁ ଗ୍ରାମବାସୀମାନେ ଘଟଣା ସମ୍ପର୍କରେ ଜାଣିବା ପରେ ବାପ ଓ ପୁଅକୁ ଗଛରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ବାପ ଓ ପୁଅକୁ ଅଟକ ରଖିଥିବା ଜଣାପଡିଛି ।
Powered by Froala Editor