ଏବେ ଆବେଦନର ୧୦ ଦିନରେ ମିଳିବ ଆୟ ପ୍ରମାଣପତ୍ର

ଭୁବନେଶ୍ୱର : ଏଣିକି ଆବେଦନ କରିବାର ୧୦ ଦିନ ଭିତରେ ତହସିଲ ଅଫିସରୁ ମିଳିବ ଆବାସିକ, ଆୟ ଓ ସମ୍ପତ୍ତି ପ୍ରମାଣପତ୍ର । ସେହିପରି ଅନୁସୂଚିତ ଜାତି, ଜନଜାତି, ଏସଇବିସି ଏବଂ ଓବିସି ପ୍ରମାଣ ପତ୍ର ବି ୩୦ ଦିନ ବଦଳରେ ୧୫ ଦିନ ମଧ୍ୟରେ ପ୍ରଦାନ କରାଯିବ । ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁ ପଦ ସେଠୀ ସମସ୍ତ ଜିଲ୍ଲାପାଳଙ୍କୁ ନିଦେ୍ର୍ଧଶନାମା ଜାରି କରିଛନ୍ତି । ଶ୍ରୀ ସେଠୀ ଉଲ୍ଲେଖ କରିଛନ୍ତି ଯେ ଋଣ ପରିଶୋଧ କ୍ଷମତା ପ୍ରମାଣ ପତ୍ର, ଉତ୍ତରାଧିକାରୀ ଓ ଅଭିଭାବକ ପ୍ରମାଣ ପତ୍ର ଆବେଦନ କରିବାର ୩୦ ଦିନ ଭିତରେ ପ୍ରଦାନ କରାଯିବ । ଏହା ସହିତ ଆଉ ଏକାଧିକ ଉଦେ୍ଧଶ୍ୟ ପାଇଁ ଉତ୍ତରାଧିକାରୀ ପ୍ରମାଣ ପତ୍ର ଆବେଦନ କରିବାକୁ ପଡ଼ିବ ନାହିଁ ।