‘ସନକ୍’ ପାଇଁ କ୍ଷମା ମାଗିଲେ ବାଦଶାହ
‘ସନକ୍’ ପାଇଁ ବିବାଦରେ ଛନ୍ଦି ହୋଇଥିବା ରାପ୍ ସିଙ୍ଗର୍ ବାଦଶାହ ଶେଷରେ କ୍ଷମା ମାଗିଛନ୍ତି । ବାଦଶାହ ତାଙ୍କର ନୂତନ ଆଲବମ୍ ସନକକୁ ନେଇ ବିବାଦରେ ଛନ୍ଦି ହୋଇଥିଲେ । ଏହାକୁ ଉଜ୍ଜୈନ ମହାକାଳ ମନ୍ଦିରର ପୁରୋହିତ ଏବଂ ହିନ୍ଦୁ ସଂଗଠନ ବାଦଶାହଙ୍କ ନିନ୍ଦା କରିବା ସହ ଦୃଢ ବିରୋଧ କରିଥିଲେ । ବାଦଶାହ ଆଲବମ୍ ଗୀତରେ ସହ ଭଗବାନ ଶିବଙ୍କ ନାମ ସହ କିଛି ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା ।
ଏହାକୁ ବିରୋଧର ସାମ୍ନା କରିବା ପରେ ଶେଷରେ କ୍ଷମା ମାଗିଛନ୍ତି ବାଦଶାହ । ଇନଷ୍ଟାଗ୍ରାମରେ ବାଦଶାହ ଲେଖିଛନ୍ତି,”ଏହା ମୋ ନଜରକୁ ଆସିଛି ଯେ ମୋର ସଦ୍ୟ ପ୍ରକାଶିତ ଗୀତ ସନକ କିଛି ଲୋକଙ୍କ ଭାବନାକୁ ଆଘାତ ଦେଇଛି । ମୁଁ କଦାପି ଜାଣିଶୁଣି କାହାର ଭାବନାକୁ ଆଘାତ ଦେଇ ନାହିଁ, ଏହାକୁ ଆନ୍ତରିକତା ଏବଂ ଉତ୍ସାହ ସହ ଆଣିଛି । ଏଥିସହ ଗୀତର ନୂତନ ସଂସ୍କରଣ ସହ କିଛି ଅନ୍ତରା ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
Powered by Froala Editor