ପୁଲିସ୍କୁ ଚାପୁଡ଼ା ଓ ଧକ୍କା ମାରି ଗିରଫ ହେଲେ ମୁଖ୍ୟମନ୍ତ୍ରୀ ଜଗନଙ୍କ ଭଉଣୀ

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ତଥା ୱାଇଏସ୍ଆର ତେଲେଙ୍ଗାନା ପାର୍ଟିର ନେତା ୱାଇଏସ ଶର୍ମିଲା ବିକ୍ଷୋଭ ବେଳେ ପୁଲିସ୍କୁ ଚାପୁଡ଼ା ଓ ଧକ୍କା ମାରିଛନ୍ତି। ପୁଲିସ ସଙ୍ଗେସଙ୍ଗେ ଏହି ଘଟଣାରେ ସମ୍ପୃକ୍ତ ଥିବା ଶର୍ମିଲାଙ୍କୁ ଗିରଫ କରି ନେଇଛି। ସେ ପୁଲିସ୍ କର୍ମଚାରୀମାନଙ୍କୁ ଠେଲାପେଲା କରିବାରୁ ତାଙ୍କୁ ଅଟକ ରଖାଯାଇଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷାର ପ୍ରଶ୍ନ ଲିକ୍ ହୋଇଥିବା ଅଭିଯୋଗର ତଦନ୍ତ ଏସ୍ଆଇଟି କରୁଛି। ଆଜି ଶର୍ମିଲା ନିଜର ଅସନ୍ତୋଷ ପ୍ରକାଶ କରି ଏସ୍ଆଇଟି ଅଫିସ ଭିତରକୁ ଯିବା ପାଇଁ ଚେଷ୍ଟା କରିଥିଲେ। ତାଙ୍କ ଗାଡ଼ିକୁ ପୁଲିସ୍ କର୍ମଚାରୀମାନେ ଅଟକାଇବାରୁ ସେ ଠେଲାପେଲା କରିବା ସହ ପୁଲିସ୍ କର୍ମଚାରୀଙ୍କୁ ଚାପୁଡ଼ା ମଧ୍ୟ ମାରିଥିଲେ। ଏହି ଘଟଣାରେ ପୁଲିସ ଶର୍ମିଲାଙ୍କୁ ଗିରଫ କରି ଗାଡ଼ିରେ ବସାଇ ଥାନାକୁ ନେଇଯାଇଛି। ଏହି ଘଟଣାର ଏକ ଭିଡିଓ ବି ସାମ୍ନାକୁ ଆସିଛି।
Powered by Froala Editor