ଚାଷୀଙ୍କ ଖାତାକୁ ଆସିବ ୪ହଜାର ଟଙ୍କା
ନୂଆଦିଲ୍ଲୀ: କୃଷକ ଭାଇମାନଙ୍କ ପାଇଁ ଖୁସି ଖବର । ପିଏ କିସାନ ଯୋଜନାରେ ଚାଷୀ ଭାଇମାନଙ୍କୁ ମିଳିବ ଦୁଇଗୁଣା ପଇସା । ପ୍ରଥମରୁ କେନ୍ଦ୍ର ସରକାର ଚାଷୀଙ୍କ ଖାତାକୁ ୨ହଜାର ଟଙ୍କା ଲେଖାଏ ଟ୍ରାନ୍ସଫର କରୁଥିଲେ । କିନ୍ତୁ ବର୍ତ୍ତମାନ ଚାଷୀଙ୍କୁ ମିଳିବ ୪ହଜାର ଟଙ୍କା ।
ପ୍ରଧାନମନ୍ତ୍ରୀ କିଶାନ୍ ସମ୍ମା ନିଧି ଯୋଜନା ଅନୁସାରେ, ସରକାର ଚାଷିଙ୍କୁ ବର୍ଷକୁ ୬୦୦୦ଟଙ୍କା ଆର୍ଥିକ ସହାୟତା ଦେଉଛନ୍ତି । ଚାଷୀଙ୍କ ରୋଜଗାର ଦୁଇଗୁଣା କରିବା ପାଇଁ ସରକାରଙ୍କ ପକ୍ଷରୁ ଏହି ଟଙ୍କା ପ୍ରଦାନ କରାଯାଇଥାଏ । ତେବେ ବର୍ତ୍ତମାନ ସୁଦ୍ଧା ଚାଷୀଙ୍କୁ ୧୩ଟି କିସ୍ତିରେ ଟଙ୍କା ପ୍ରଦାନ କରାଯାଇସାରିଛି । ଏବେ ଚାଷୀ ଆଉ ଏକ କିସ୍ତି ପାଇବା ପାଇଁ ଅପେକ୍ଷାରେ ଅଛନ୍ତି । ୧୪ନମ୍ବର କିସ୍ତିରେ ଚାଷୀଙ୍କ ଖାତାକୁ ୪ହଜାର ଟଙ୍କା ଲେଖାଏଁ ପଠାଯିବାର ଯୋଜନା ରଖିଛନ୍ତି କେନ୍ଦ୍ର ସରକାର । ଯଦି କୌଣସି ଚାଷୀ ୧୩ନମ୍ବର କିସ୍ତି ପାଇନାହାନ୍ତି ତେବେ ସେମାନେ ୧୩ ଓ ୧୪ ନମ୍ବର କିସ୍ତି ଏକାବେଳେ ପାଇପାରନ୍ତି ବୋଲି ସୂଚନାରୁ ଜଣାପଡିଛି ।
Powered by Froala Editor