ଖାକି ଥିଲା ବେଳେ ଖାତିର ଥିଲା, ଅବସର ପରେ ତଡ଼ିଦେଲେ ପୁଅ ବୋହୂ
ଦିନ ଥିଲା ପାରାଦ୍ବୀପ ଥାନାରେ ଚାକିରି କରିଥିଲେ । ଖାକି ବର୍ଦ୍ଦିରେ ସାଧାରଣ ଜନତାଙ୍କୁ ସହାୟତା ଯୋଗାଇ ଦେଉଥିଲେ । କିନ୍ତୁ ଆଜି ସେହି ଥାନା ଆଗରେ ନ୍ୟାୟ ମାଗୁଛନ୍ତି । ସ୍ୱାମୀ ଚାଲିଗଲା ପରେ ନିଜ ପୁଅକୁ ଭରସା କରି ଜୀବନ ବିତାଉଥିବା ବୃଦ୍ଧା ମାଆକୁ ପୁଅବୋହୂ ଘରୁ ତଡି ଦେଇଥିବା ଅଭିଯୋଗ ହୋଇଛି । ପୁଅବୋହୂଙ୍କ ନିର୍ଯାତନା ଦୁଃଖରେ ସେ ଭାଙ୍ଗି ପଡ଼ିଛନ୍ତି ।
ତାଙ୍କ କହିବା ଅନୁଯାୟୀ, "ହୋମଗାର୍ଡ ଭାବେ କାମ କରୁଥିଲେ । ଟଙ୍କା ରୋଜଗାର କରି ନିଜ ପରିବାର ଚଳାଉଥିଲେ । ଦୁଇ ପୁଅଙ୍କୁ ମଣିଷ କଲେ । ହେଲେ ହୋମଗାର୍ଡ ଚାକିରିରୁ ଅବସର ନେବା ପରେ ଦୁଇ ପୁଅ ଓ ବୋହୂ ନିର୍ଯାତନା ଦେଉଥିଲେ । ଦି ଓଳି ଦି ମୁଠା ଖାଇବାକୁ ଦେବା ତ ଦୂରର କଥା, ରୋଗାକ୍ରାନ୍ତ ଅବସ୍ଥାରେ ଘରୁ ବିଦା କରିଦେଲେ ।"
ତେବେ ପାରାଦ୍ବୀପର ବିଭିନ୍ନ ଗଳିକନ୍ଦିରେ ବୁଲି ଭିକ୍ଷା ମାଗୁଥିବାବେଳେ ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ସହରରୁ ବୃଦ୍ଧା ମାଆକୁ ଏକ ସ୍ବେଚ୍ଛାସେବୀ ସଂଗଠନ ତାଙ୍କୁ ଉଦ୍ଧାର କରିଛି । ନ୍ୟାୟ ପାଇଁ ତାଙ୍କୁ ଥାନାକୁ ଅଣାଯାଇଛି । ବୃଦ୍ଧାଙ୍କ ଖବର ଶୁଣି ଥାନା ଅଧିକାରୀ ମଧ୍ୟ ଏହି ଘଟଣାକୁ ଗୁରୁତର ସହକାରେ ନେଇଛନ୍ତି । ଏଥିସହ ତାଙ୍କ ପୁଅଙ୍କୁ ଡକାଇଥିବା ଜଣାପଡ଼ିଛି ।
Powered by Froala Editor