ସୁନ୍ଦର ପିଚାଇଙ୍କୁ କ୍ଷତିପୂରଣ ଆକାରରେ ୧୮୫୪ କୋଟି ଟଙ୍କା ପ୍ରଦାନ
ୱାଶିଂଟନ: ଗୁଗଲ୍ର ମୂଳ କମ୍ପାନୀ ଆଲ୍ଫାବେଟ ସିଇଓ ସୁନ୍ଦର ପିଚାଇଙ୍କୁ ୨୦୨୨ ବର୍ଷ ନିମନ୍ତେ କ୍ଷତିପୂରଣ ଆକାରରେ ୧୮୫୪ କୋଟି ଟଙ୍କା ପ୍ରଦାନ କରାଯାଉଛି। ସେଥିମଧ୍ୟରେ ପ୍ରାୟ ୨୧୮ ନିୟୁତ ଡଲାର (ପ୍ରାୟ ୧୭୮୮ କୋଟି ଟଙ୍କା) ମୂଲ୍ୟର ଷ୍ଟକ୍ ଅନ୍ତର୍ଭୁକ୍ତ। ଶୁକ୍ରବାର ପ୍ରତିଭୂତି କାଗଜ ଦାଖଲ ସମୟରେ ଏହା କମ୍ପାନୀ ଦର୍ଶାଇଛି। ଆଲ୍ଫାବେଟ୍ର କର୍ମଚାରୀମାନେ ପାଇଥିବା ସର୍ବୋତ୍ତ ବେତନର ଏହା ୮୦୦ଗୁଣରୁ ଅଧିକ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ ଯେ ଆମେରିକାର ମାଉଣ୍ଟେନ୍ ଭିୟୁସ୍ଥିତ ଏହି କମ୍ପାନୀ ୨୦୨୨ ଜାନୁଆରୀରେ ବିଶ୍ୱସ୍ତରରେ ୧୨ ହଜାର କର୍ମଚାରୀଙ୍କୁ ବିଦା କରିବା ଯୋଜନା ଘୋଷଣା କରିଥିଲା, ଯାହା କମ୍ପାନୀର ମୋଟ ଲୋକଶକ୍ତିର ପ୍ରାୟ ୬ ପ୍ରତିଶତ। ଏହାସତ୍ତ୍ବେ ପିଚାଇଙ୍କୁ ବିପୁଳ ପରିମାଣର କ୍ଷତିପୂରଣ ପ୍ରଦାନକୁ ନେଇ ଅନେକ ଆଶ୍ଚର୍ୟ୍ୟ ପ୍ରକଟ କରିଛନ୍ତି।
Powered by Froala Editor