ତୋଗଲକ ବାସଭବନ ଛାଡ଼ିଲେ ରାହୁଲ

ରାହୁଲ ଗାନ୍ଧୀ ୧୨ ତୋଗଲକ ଲେନରେ ଥିବା ସରକାରୀ ବାସଭବନ ଖାଲି କରି ଦେଇଛନ୍ତି । ସେ ଘରର ଚାବି ଲୋକସଭା ସଚିବାଳୟକୁ ହସ୍ତାନ୍ତର କରିଛନ୍ତି। ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଲୋକସଭା ସଦସ୍ୟ ପଦ ହରାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଶନିବାର ସରକାରୀ ବାସଭବନ ଖାଲି କରି ଦେଇଛନ୍ତି। ଗତ ୧୪ ତାରିଖରେ କାର୍ଯ୍ୟାଳୟ କାଗଜପତ୍ର ସହ ନିଜର କିଛି ସାମଗ୍ରୀ ସୋନିଆ ଗାନ୍ଧୀଙ୍କ ବାସଭବନକୁ ଶିଫ୍ଟ କରି ଦେଇଥିଲେ ।
ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ମଧ୍ୟ ରାହୁଲ ତାଙ୍କ ଆସବାବପତ୍ର ଶିଫ୍ଟ କରିଥିଲେ । ଯେଉଁ ବାସଭବନ ତାଙ୍କୁ ସାଂସଦ ଭାବେ ମିଳିଥିଲା । ଏକ ଟ୍ରକରେ ରାହୁଲଙ୍କ ଆସବାବପତ୍ର ନିଆଯାଉଥିବା ଦେଖିବାକୁ ମିଳିଥିଲା । ପ୍ରାୟ ଦୁଇ ଦଶନ୍ଧି ହେଲା ରାହୁଲ ଉକ୍ତ ବାସଭବନରେ ରହୁଥିଲେ । କାର୍ଯ୍ୟାଳୟ ବଦଳାଇବା ପରଠାରୁ ରହୁଲ ତାଙ୍କ ମାଆଙ୍କ ସହ ୧୦ ଜନପଥ ସ୍ଥିତି ବାସଭବନରେ ରହୁଛନ୍ତି ।
ଲୋକସଭା ସଦସ୍ୟ ପଦ ରଦ୍ଦ ହେବା ପରେ ଏପ୍ରିଲ ୨୨ ତାରିଖ ସୁଦ୍ଧା ସରକାରୀ ବାସଭବନ ଛାଡ଼ିବାକୁ ଲୋକସଭା ସଚିବାଳୟ ପକ୍ଷରୁ ରାହୁଲ ଗାନ୍ଧିଙ୍କୁ ନୋଟିସ ଜାରି କରାଯାଇଥିଲା। ନିୟମ ଅନୁଯାୟୀ କୌଣସି କାରଣରୁ କୌଣସି ସାଂସଦଙ୍କ ସଦସ୍ୟତା ରଦ୍ଦ ହୋଇଗଲେ ସେ ଆଉ ସରକାରୀ ଘରେ ରହିପାରିବେ ନାହିଁ। ତା’ସହିତ ଘର ଛାଡ଼ିବା ପାଇଁ ତାଙ୍କୁ ମାସେ ସମୟ ଦେବାର ବ୍ୟବସ୍ଥା ରହିଛି।
ଘର ଛାଡ଼ିବାକୁ ନୋଟିସ୍ ପାଇବା ପରେ ଏପ୍ରିଲ ୧୪ରୁ ଏହି ପ୍ରକ୍ରିୟା ଆରମ୍ଭ କରି ଦେଇଥିଲେ ରାହୁଲ। ସେହିଦିନ ସେ ତାଙ୍କ ଅଫିସ୍କୁ ସେଠାରୁ ତାଙ୍କ ମା’ଙ୍କ ଘରକୁ ଉଠାଇ ନେଇଥିଲେ। ତା’ ସହିତ କିଛି ଜିନିଷପତ୍ର ମଧ୍ୟ ନେଇଯାଇଥିଲେ।
Powered by Froala Editor