ରିଲିଜ ହେଲା ‘ଆଦିପୁରୁଷ’ର ନୂଆ ମୋସନ ପୋଷ୍ଟର
'ଆଦିପୁରୁଷ' ଫିଲ୍ମର ନୂଆ ମୋସନ ପୋଷ୍ଟର ରିଲିଜ୍ ହୋଇଛି। ଏହି ପୋଷ୍ଟର ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ମୁକ୍ତିଲାଭ କରିଛି। କ୍ରିତି ସାନନ୍ ଏହାକୁ ନିଜ ଇନଷ୍ଟାଗ୍ରାମ ପେଜ୍ରେ ପୋଷ୍ଟ କରିଛନ୍ତି। କ୍ୟାପସନରେ ଲେଖିଛନ୍ତି, 'ଯେତେବେଳେ ତୁମେ ଯାଇପାରିବ ନାହିଁ ସବୁ ଧାମ, ସେତେବେଳେ କେବଳ ପ୍ରଭୁ ଜୟ ଶ୍ରୀ ରାମଙ୍କ ନିଅ ନାମ ।' ଏହା ସହ କ୍ରିତି, ପ୍ରଭାସ ଏବଂ ଆଦିପୁରୁଷ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଛନ୍ତି।
ପୂର୍ବରୁ ରିଲିଜ ହୋଇଥିବା ଆଦିପୁରୁଷ ପୋଷ୍ଟରକୁ ନେଇ ବହୁ ବିବାଦ ଦେଖାଦେଇଥିଲା । କେହି କେହି ଏହାକୁ କାର୍ଟୁନ ଫିଲ୍ମ ବୋଲି ସମାଲୋଚନା କରିଥିଲେ । ରାବଣ ଭୂମିକାରେ ଥିବା ସୈଫ ଅଲ୍ଲୀଙ୍କ ଲୁକ୍ ଓ ରାମଙ୍କ ଅଭିନୟ କରୁଥିବା ପ୍ରଭାସଙ୍କ ବେଶଭୂଷାକୁ ନେଇ ପ୍ରଶ୍ନ ଉଠିଥିଲା । ଏପରିକି ଭିଏଫ୍ଏକ୍ସ କ୍ୱାଲିଟି ଭଲ ନଥିବା ୟୁଜର୍ସ କହିଥିଲେ । ଏହାକୁ ଠିକ୍ କରିବାକୁ ଫିଲ୍ମ ନିର୍ମାତା କହିଥିଲେ । ଏବେ ନୂଆ ପୋଷ୍ଟର ରିଲିଜ ହୋଇଛି ।
'ଆଦିପୁରୁଷ' ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର। ଏଥିରେ ପ୍ରଭାସ ଏବଂ କ୍ରିତି ସାନନ୍ ରାମ ଏବଂ ସୀତା ଭୂମିକାରେ ନଜର ଆସିବେ। ଏହି ସମୟରେ ସୈଫ ଅଲି ଖାନ ଲଙ୍କାପତୀ ରାବଣ ଭୂମିକାରେ ନଜର ଆସିବା ବେଳେ ସନି ସିଂ ଏହି ଫିଲ୍ମରେ ଲକ୍ଷ୍ମଣ ଭୂମିକାରେ ଦେଖିବାକୁ ମିଳିବେ।
Powered by Froala Editor