ଅକ୍ଷୟ ତୃତୀୟା ପୂର୍ବରୁ ଖସିଲା ସୁନା ଦାମ୍
ଅକ୍ଷୟ ତୃତୀୟା ପୂର୍ବରୁ ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିଛି। ଏହି ଦିନରେ ସୁନା କିଣିବା ଶୁଭ ବୋଲି ଧାରଣା ରହିଛି । ଇଣ୍ଡିଆନ୍ ବୁଲିଆନ ଏବଂ ଜୁଏଲର୍ସ ଏସୋସିଏସନ୍ ମୁତାବକ, ଗୁରୁବାର ସନ୍ଧ୍ୟାରେ ୨୪ କ୍ୟାରେଟ୍ ସୁନାର ପ୍ରତି ୧୦ ଗ୍ରାମ୍ ପାଇଁ ଦାମ୍ ୬୦୬୧୬ ଥିଲା ଯାହା ଆଜି ୬୦୪୪୬କୁ ଖସି ଆସିଛି । ସେହିପରି ରୁପାର ମୁଲ୍ୟ ମଧ୍ୟ ୨୬୭ ଟଙ୍କା ହ୍ରାସ ପାଇଁ ୭୫,୨୩୪ ପ୍ରତି କେଜି ଥିଲା । ତେବେ ଅକ୍ଷୟ ତୃତୀୟାରେ ପୂର୍ବପରି ଭଲ ବ୍ୟବସାୟ ହେବ ବୋଲି ସୁନା ବ୍ୟବସାୟୀମାନେ ଆଶା ରଖିଛନ୍ତି ।
ଏପ୍ରିଲ୍ ୨୧, ୨୦୨୩ ରେ, ଭାରତୀୟ ବଜାରରେ ବର୍ତ୍ତମାନ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୦ ହଜାର ଟଙ୍କାରୁ ଅଧିକ ରହିଛି। ଜାତୀୟ ସ୍ତରରେ ୯୯୯ ଶୁଦ୍ଧତାର ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୬୦୪୪୬ ଟଙ୍କା ରହିଛି ଏବଂ ୯୯୯ ଶୁଦ୍ଧତାର ରୂପା ହେଉଛି ୭୪,୭୬୩ ଟଙ୍କା ଅଛି।
Powered by Froala Editor