ଦୁର୍ଘଟଣାର ଦୁଇ ବର୍ଷ ପରେ କମ୍ବ୍ୟାକ୍ : 'ବିରୁପାକ୍ଷ'ରେ ଆସୁଛନ୍ତି ସାଇ ତେଜ
ଦୁର୍ଘଟଣା ପରେ ଗାଏବ ହୋଇଯାଇଥିଲେ ତେଲୁଗୁ ସିନେମା ଷ୍ଟାର୍ ସାଇ ଧରମ ତେଜ । ଦୁଇ ବର୍ଷ ପରେ ଫିଲ୍ମ 'ବିରୁପାକ୍ଷ' ସହିତ କମବ୍ୟାକ୍ କରୁଛନ୍ତି ତେଜ। କାର୍ତ୍ତିକ ଦାଣ୍ଡୁଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଥ୍ରୀଲର୍ ଫିଲ୍ମରେ ସାଇଙ୍କ ସହ ସଂଯୁକ୍ତା ମେନନ ମୁଖ୍ୟ ଭୂମିକାରେ ଅଛନ୍ତି। ଏହି ଫିଲ୍ମଟି ତେଲୁଗୁ, ତାମିଲ, ହିନ୍ଦୀ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ଏପ୍ରିଲ ୨୧ ରେ ମୁକ୍ତିଲାଭ କରୁଛି।
୨୦୨୧ ମସିହାରେ ହାଇଦ୍ରାବାଦର ଦୁର୍ଗାମ୍ ଚେରୁଭୁ ବ୍ରିଜ୍ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ସାଇ ଗୁରୁତର ଆହତ ହୋଇଥିଲେ। ତାଙ୍କର କଲର ବୋନ୍ ଭାଙ୍ଗିଯାଇଥିଲା ଏବଂ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସଂପୂର୍ଣ୍ଣ ସୁସ୍ଥ ହେବା ପରେ ସେ ଫିଲ୍ମ 'ବିରୁପାକ୍ଷ' ପାଇଁ ସୁଟିଂ କରିଥିଲେ।
ଏହା ପୂର୍ବରୁ ସାଇଙ୍କ ଫିଲ୍ମ 'ଗଣତନ୍ତ୍ର' ୨୦୨୧ ମସିହାରେ ରିଲିଜ୍ ହୋଇଥିଲା। ଏହା ଏକ ରାଜନୈତିକ ଡ୍ରାମା ଫିଲ୍ମ ଥିଲା। ଏଥିରେ ସାଇ ଜଣେ ଆଇଏଏସ୍ ଅଧିକାରୀଙ୍କ ଭୂମିକାରେ ଅଭିନୟ କରିଥିଲେ।
Powered by Froala Editor