'ଦ ଫ୍ୟାମିଲି ମ୍ୟାନ୍ ୨' କୁ ନେଇ ଝଡ଼ : ୱେବ୍ ସିରିଜ୍ ବ୍ୟାନ୍ କରିବାକୁ ତାମିଲନାଡ଼ୁ ସରକାରଙ୍କ ଚିଠି
‘ଦ ଫ୍ୟାମିଲି ମ୍ୟାନ୍ ସିଜିନ୍ ୨’ର ଟ୍ରେଲର ରିଲିଜ୍ ହୋଇଛି । ଏଥିରେ ମନୋଜ ବାଜପେୟୀଙ୍କ ଅଲଗା ଅନ୍ଦାଜ୍ ଦେଖିବାକୁ ମିଳିଛି । ଦର୍ଶକ ଏହି ୱେବ୍ ସିରିଜ୍ ଦେଖିବାକୁ କେବେଠୁ ପ୍ରତୀକ୍ଷା କରିଥିଲେ । ହେଲେ ଏହାର ଟ୍ରେଲର ରିଲିଜ ହେବା ପରେ ଝଡ଼ ସୃଷ୍ଟି ହୋଇଛି । ସୋମବାର ତାମିଲନାଡୁ ସରକାର ୱେବ୍ ସିରିଜ୍ ବ୍ୟାନ୍ କରିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଚିଠି ଲେଖିଛନ୍ତି ।
ଚିଠି ଲେଖି କହିଛନ୍ତି ଯେ ଆମାଜନ ପ୍ରାଇମ ଭିଡିଓରେ ଫ୍ୟାମିଲି ମ୍ୟାନ ସିଜନ ୨ ର ରିଲିଜ କେବଳ ରାଜ୍ୟରେ ନୁହେଁ, ସମଗ୍ର ଦେଶରେ ବନ୍ଦ ହେବା ଆବଶ୍ୟକ। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ‘ଦ ଫ୍ୟାମିଲି ମ୍ୟାନ୍ ସିଜିନ୍ ୨’ ନିନ୍ଦନୀୟ, ଅନୁପଯୁକ୍ତ ଏବଂ ମନ୍ଦ ବିଷୟବସ୍ତୁ ବିଷୟବସ୍ତୁକୁ ଚିତ୍ରଣ କରୁଛି। ଯାହା ଇଲାମ ତାମିଲ୍କୁ ଏକ ଅତ୍ୟନ୍ତ ଆପତ୍ତିଜନକ ଭାବେ ଚିତ୍ରଣ କରୁଛି। ଏହି ୱେବ୍ ସିରିଜର ଟ୍ରେଲର ଶ୍ରୀଲଙ୍କାରେ ଏଲାମ ତାମିଲର ଐତିହାସିକ ସଂଗ୍ରାମକୁ ଅସମ୍ମାନ ଏବଂ ବିକୃତ କରିବା ପାଇଁ ଉଦ୍ଦିଷ୍ଟ ହୋଇଛି। ତେଣୁ ଏହି ୱେବ୍ ସିରିଜ ଉପରେ ନିଷେଧାଦେଶ ଲଗାଇବାକୁ ସେ କହିଛନ୍ତି।
Powered by Froala Editor