ଅତିକ ଓକିଲଙ୍କ ଘର ଗଳିରେ ବୋମାମାଡ଼
ଶନିବାର ଗୁଳିମାଡ଼ରେ ପ୍ରାଣ ହରାଇଥିବା ଅତିକ ଅହମଦଙ୍କ ଓକିଲଙ୍କ ଘର ଗଳିରେ ଏକ ଦେଶୀ ବୋମା ଫିଙ୍ଗା ଯାଇଥିବା ସୂଚନା ମିଳିଛି। ଉତ୍ତର ପ୍ରଦେଶର ପ୍ରୟାଗରାଜ ଅନ୍ତର୍ଗତ ଗୋବାର ଗଲି ଅଞ୍ଚଳରେ ବୋମା ମାଡ଼ ହୋଇଛି। ଓକିଲଙ୍କ ଘର ବାହାରେ ହିଁ ଏପରି ବୋମା ମାଡ଼ କରାଯାଇଛି। ତେବେ ଏଥିରେ କେହି ବି ଆହତ ହୋଇନାହାନ୍ତି। ବୋମା ପକାଇବାର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଯାଇଛି। ଏବେ ପୁଲିସ ସିସିଟିଭି ଆଧାରରେ ମାମଲାର ଯାଞ୍ଚ ଆରମ୍ଭ କରି ଦେଇଛି। ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି।
ଅତିକଙ୍କ ଓକିଲଙ୍କୁ ଟାର୍ଗେଟ କରି ବୋମା ମାଡ଼ ହୋଇଥିବା ଚର୍ଚ୍ଚା ହେଉଥିଲେ ହେଁ ଏହାକୁ ପୁଲିସ୍ ଖଣ୍ଡନ କରିଛି। ପୁଲିସ୍ କହିଛି ଯେ ଏହା ଟାର୍ଗେଟ ଆକ୍ରମଣ ନୁହେଁ। ଦୁଇ ଗ୍ରୁପ୍ ମଧ୍ୟରେ ଜାରି ରହିଥିବା ବିବାଦ କାରଣରୁ ବୋମା ମାଡ଼ ହୋଇଛି।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଆକ୍ରମଣକାରୀ ବ୍ୟାଗରେ ବୋମା ଭର୍ତ୍ତି କରି ଆଣିଥିଲେ। ଅତିକ ଅହମଦର ଓକିଲ ବିଜୟ ମିଶ୍ରା ରହୁଥିବା ଗଳିରେ ଏହି ବୋମାକୁ ପକାଇବା ପରେ ସେ ସେଠାରୁ ଦୌଡି ଚାଲିଯାଇଥିଲେ। ତେବେ ତାଙ୍କର ବୟସ ୩୦-୩୨ ବର୍ଷ ଭିତରେ ହେବ ବୋଲି ଅନୁମାନ କରାଯାଉଛି।
Powered by Froala Editor