ପ୍ରେମ ପାଇଁ ମୋ ପାଖରେ ସମୟ ନାହିଁ : ରାଘବ

ଖୁସ ମିଜାଜ, ସମସ୍ତଙ୍କୁ ହସାଉଥିବା ଜଣେ ମଣିଷ ହେଉଛନ୍ତି ରାଘବ ଜୁୟଲ । ସେ ଜଣେ ଭଲ ଡ୍ୟାନ୍ସର ସହ ଉପସ୍ଥାପକ ମଧ୍ୟ । ହେଲେ କିଛି ଦିନ ହେଲା ତାଙ୍କ ନାଁକୁ ନେଇ ଅଭିନେତ୍ରୀ ସେହନାଜଙ୍କ ସହ ଯୋଡା ଯାଉଛି । ଦୁହେଁ କିସି କା ଭାଇ କିସି କି ଜାନରେ କାମ କରୁଛନ୍ତି। ପ୍ରଥମ ଥର ପାଇଁ ଦୁହେଁ ସଲମାନ ଖାନଙ୍କ ସହ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି। ତେବେ ଫିଲ୍ମର ସୁଟିଂ ଆରମ୍ଭ ହେବା ପରଠାରୁ ରାଘବଙ୍କ ନାଁ ସେହନାଜଙ୍କ ସହ ଯୋଡ଼ା ଯାଉଛି।
ଏବେ ଏହା ଉପରେ ପ୍ରତିକ୍ରିୟା ରଖି ରାଘବ କହିଛନ୍ତି, 'ଏବେ ମୁଁ କାମରେ ବହୁତ ବ୍ୟସ୍ତ। ପ୍ରେମ କରିବାକୁ ମୋ ପାଖରେ ସମୟ ନାହିଁ। ମୁଁ ଜାଣେ ନାହିଁ ସତରେ ଏଭଳି ଚର୍ଚ୍ଚା ହେଉଛି କି ନାହିଁ। କାରଣ ଏପରି ଗୁଜବ ମୋ ପାଖରେ ପହଞ୍ଚେ ନାହିଁ। ମୁଁ ନିଜେନ ଶୁଣିବା ପର୍ଯ୍ୟନ୍ତ ଏଥିରେ ବିଶ୍ବାସ କରିବି ନାହିଁ। ମୁଁ ଫିଲ୍ମ ପାଇଁ ଆସିଛି ଏବଂ ଚାହୁଛି ଯେ ଲୋକେ ମୋତେ ଜଣେ ଅଭିନେତା ଭାବରେ, ନୃତ୍ୟଶିଳ୍ପୀ ଭାବରେ, ଉପସ୍ଥାପକ ଭାବରେ ଦେଖନ୍ତୁ।
ଏନେଇ ଅଭିନେତ୍ରୀଙ୍କ ମୁହଁରୁ ମଧ୍ୟ ଏଯାଏଁ କିଛି ଶୁଣିବାକୁ ମିଳିନାହିଁ । ଦେଖାଯାଉ ଏ କଥା କେତେ ସତ ହେଉଛି । ସେହନାଜ ମଧ୍ୟ ଜଣେ ଭଲ ଅଭିନେତ୍ରୀ । ସେ ରାଘବଙ୍କୁ ନେଇ କୌଣସି ନେଗେଟିଭ କଥା କୁହନ୍ତି ନାହିଁ । ହେଲେ ପେମ ସମ୍ପର୍କକୁ ନେଇ ମଧ୍ୟ କିଛି କହିନାହାନ୍ତି ।
Powered by Froala Editor