ବିହାରରେ ପୁଣି ମଦ ମୃତ୍ୟୁ : ଗଲା ୨୦ ଜଣଙ୍କ ଜୀବନ
ପୁଣି ମଦ ପିଇ ବିହାରର ମୋତିହାରି ଜିଲ୍ଲାରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୬ ଜଣ ଗୁରୁତର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୨୦୧୬ରୁ ବିହାରରେ ମଦ ପିଇବା ଓ ମଦ ବିକ୍ରି ଉପରେ ରୋକ ଲାଗିଥିଲେ ହେଁ ରାଜ୍ୟରୁ ବାରମ୍ବାର ବିଷାକ୍ତ ମଦ ମୃତ୍ୟୁ ଘଟଣା ସାମ୍ନାକୁ ଆସିବାରେ ଲାଗିଛି।
ସୂଚନା ଅନୁଯାୟୀ, ମୋତିହାରୀର ଲକ୍ଷ୍ମୀପୁର, ପାହାଡ଼ପୁର, ହରସିଦ୍ଧିରେ ବିଷାକ୍ତ ମଦ ପିଇ ୨୦ ଜଣଙ୍କ ମୃତ୍ୟୁ ଘଟିଛି । ପ୍ରାୟ ୬ ଜଣ ଅସୁସ୍ଥ ବ୍ୟକ୍ତି ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦୁଃଖ ପ୍ରକାଶ କରିବା ସହିତ ସଂପୃକ୍ତ ଜିଲ୍ଲାପାଳଙ୍କଠାରୁ ରିପୋର୍ଟ ମଗାଯାଇଥିବା କହିଛନ୍ତି ।
ବିଷାକ୍ତ ମଦ ମୃତ୍ୟୁ ଘଟଣାକୁ ନେଇ କିଛି ଦିନ ତଳେ ବିରୋଧୀ ବିଜେପି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଜାତୀୟ ମାନବାଧିକାର କମିଶନ ନିକଟରେ ଜାରି କରିଥିବା ରିପୋର୍ଟରେ କହିଥିଲେ ଯେ ସାରନ ଜିଲ୍ଲାରେ ବିଷାକ୍ତ ମଦ ଯୋଗୁ ୪୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ପାଇଁ ରିପୋର୍ଟରେ ଜିଲ୍ଲା ପ୍ରଶାସନକୁ ଦାୟୀ କରାଯାଇଥିଲା।
Powered by Froala Editor