‘ୟଶ’ ମୁକାବିଲା ପାଇଁ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବାଲେଶ୍ୱର ଦାୟିତ୍ୱ ଦେଲେ ନବୀନ

ଭୁବନେଶ୍ୱର: ବାତ୍ୟା ‘ୟଶ’ ଧୀରେ ଧୀରେ ବଳଗୋଟାଇ ଉପକୂଳମୁହାଁ ହେବାରେ ଲାଗିଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ବାତ୍ୟାର ଅଧିକ ପ୍ରଭାବ ପଡ଼ିବ । ତେବେ ଏହାରି ଭିତରେ ‘ୟଶ’ ମୁକାବିଲା ପାଇଁ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବାଲେଶ୍ୱର ଦାୟିତ୍ୱ ଦିଆଯାଇଛି । ବାତ୍ୟା ପରିସ୍ଥିତି ମନିଟର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ତୁରନ୍ତ ବାଲେଶ୍ୱରରେ ପହଞ୍ଚି ସ୍ଥିତି ମନିଟର କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଦେ୍ର୍ଧଶ ଦେଇଛି ।
ପ୍ରକାଶ ଯେ, ୟଶ ଭଦ୍ରକ ଜିଲ୍ଲା ଧାମରା ପାଖରେ ସ୍ଥଳଭାଗ ଅତିକ୍ରମ କରିବ । ୨୬ ତାରିଖ ଧାମରା ପାଖରେ ୟଶ କେନ୍ଦ୍ରୀଭୂତ ହେବ ବୋଲି ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଧାମରାର ଉତ୍ତରକୁ ଓ ବାଲେଶ୍ୱରର ଦକ୍ଷିଣକୁ ସ୍ଥଳଭାଗ ଅତିକ୍ରମ କରିବ । ବାତ୍ୟା ରିକର୍ଭ କରି ପଶ୍ଚିମବଙ୍ଗ ଆଡ଼କୁ ଯିବାର ସମ୍ଭାବନା ନାହିଁ ।
ଏହାଛଡ଼ା ସେ କହିଛନ୍ତି ଯେ, ଧାମରା ଓ ଚାନ୍ଦବାଲିରେ ସବୁଠାରୁ ଅଧିକ କ୍ଷତି ଘଟାଇବ । ୨୬ ତାରିଖ ସକାଳୁ ବାତ୍ୟାର ପ୍ରଭାବ ଉପକୂଳରେ ପଡ଼ିବ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଅଧିକ ପ୍ରଭାବ ପଡ଼ିବ । ଆଜି ସନ୍ଧ୍ୟା ସୁଦ୍ଧା ୟଶ ଅତିଭୀଷଣ ବାତ୍ୟାରେ ପରିଣତ ହେବ । ସ୍ଥଳଭାଗ ଛୁଇଁବାର ପୂର୍ବ ଓ ପର ୬ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ । ଆଜି ମଧ୍ୟରାତ୍ରରୁ ୬୦ରୁ ୮୦କିମି ବେଗରେ ପବନ ବୋହିବ । କାଲି ସକାଳ ବେଳକୁ ପବନର ବେଗ ୧୫୦ରୁ ୧୬୦ କିମି ରହିବ । ଫଣି ଠାରୁ ପବନର ବେଗ ପାଖାପାଖି ୫୦ କିମି କମ ରହିବ । ଆଜି ସନ୍ଧ୍ୟା ସୁଦ୍ଧା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନେବା କାର୍ଯ୍ୟ ଶେଷ କରିବାକୁ ଆଇଏମଡି ଡିଜି ଶ୍ରୀ ମହାପାତ୍ର କହିଛନ୍ତି ।
Powered by Froala Editor