ଡଙ୍ଗା ବୁଡି ପରେ ନିଖୋଜ ଦୁଇ ମହିଳାଙ୍କ ମୃତଦେହ ଉଦ୍ଧାର

ଲମତାପୁଟ : କୋରାପୁଟ ଜିଲ୍ଲା ଲମତାପୁଟ ସ୍ଥିତ କୋଲାବ ଡ୍ୟାମ୍ରେ ଡଙ୍ଗା ବୁଡି ପରେ ନିଖୋଜ ଦୁଇ ମହିଳାଙ୍କ ମୃତଦେହ ମିଳିଛି । ମୃତକ ହେଲେ ସାବିତ୍ରୀ କିର୍ସାନି ଏବଂ ରାମା କିର୍ସାନି । ଏବେବି କମୁ ବାଲଦି ନାମକ ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି । ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଗୁରୁବାର ବିତା ହନ୍ତାଳଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।
ସୂଚନାଯୋଗ୍ୟ ଯେ, ଗୁରୁବାର ଉମ୍ବେଲ ଗାଁରୁ ଯାତ୍ରା ଦେଖି ଏକ ମାଛ ଧରା ଡଙ୍ଗା ଯୋଗେ ନିଜ ଘରକୁ ସେମିଳିଗୁଡା ବ୍ଲକ୍ ମୁଖିବିଡ଼ଇ ଗାଁକୁ ଆସୁଥିବା ବେଳେ ପାଣି ପଶିଯିବାରୁ ବୁଡି ଯାଇଥିଲା ଡଙ୍ଗା । ଡଙ୍ଗାରେ ମୋଟ୍ ୮ ଜଣ ଥିଲେ । ୪ ଜଣ ପହଁରି ପହଁରି କୂଳକୁ ଆସିଥିବା ବେଳେ ୪ ଜଣ ନିଖୋଜ ଥିଲେ । ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଅନ୍ୟ ଜଣେ ଏବେବି ନିଖୋଜ ଅଛନ୍ତି ।
Powered by Froala Editor