ଟ୍ୱିଟର କୁଇନ ରିହାନା
ସୋସିଆଲ ମିଡିଆ ଏବେ ଯୁବପିଢିଙ୍କୁ କରିଛି କିମିଆ । ଫଲୋଅର୍ସ, ଲାଇକ ଆଉ କମେଣ୍ଟ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ । ଏଥିରେ ଖାଲି ଯୁବପିଢି ନୁହେଁ ବୁଢା ଛୁଆ ବି ବ୍ୟସ୍ତ । ହେଲେ ଜାଣନ୍ତି କି ୧୦୮ ନିୟୁତ ଫଲୋଅର୍ସ ସହିତ ଟ୍ୱିଟର କୁଇନ ଟାଇଟଲ୍ ପାଇଛନ୍ତି ଅନ୍ତର୍ଜାତୀୟ ପପ୍ ସେନ୍ସେସନ୍ ରିହାନା । ସର୍ବାଧିକ ଫଲୋଅର୍ ଥିବା ଷ୍ଟାର୍ ଭାବେ ରିହାନା ଆମେରିକୀୟ ଗାୟିକା କେଟି ପେରୀଙ୍କୁ ପଛରେ ପକାଇଛନ୍ତି ।
ଟ୍ୱିଟର ସେଲିବ୍ରିଟି ଭାବେ ଶୀର୍ଷରେ ଅଛନ୍ତି ଏହାର ଏଲନ୍ ମସ୍କ । ତାଙ୍କ ପଛରେ ଅଛନ୍ତି ବାରାକ ଓବାମା । ତେବେ ଟ୍ିଟର୍ କୁଇନ୍ ହେବା ପରେ ରିହାନାଙ୍କ ପାଖକୁ ଅଭିନନ୍ଦନର ସୁଅ ଛୁଟୁଛି । ପ୍ରତିକ୍ରିୟାରେ ୟୁଜର୍ ତାଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି ।
ଗତ ୬ ବର୍ଷରୁ ଅଧିକ ସମୟ ଧରି ରିଆନା ନିଜ ମ୍ୟୁଜିକ୍ ଜରିଆରେ ବିଶ୍ୱବାସୀଙ୍କ ହୃଦୟରେ ରାଜ୍ କରୁଛନ୍ତି । 'ମାର୍ଭଲ୍'ର ବ୍ଲାକ୍ ପାନ୍ଥର ଗୀତ ତାଙ୍କୁ ଅନ୍ତର୍ଜାତୀୟ ଖ୍ୟାତି ଅ ।ଣିଦେଇଛି । ଗୀତଟି ଚଳିତ ବର୍ଷ ଓସ୍କାର ପାଇଁ ନୋମିନେଟ୍ ହୋଇଥିଲା । ଚଳିତ ବର୍ଷ ଦମ୍ଦାର ପ୍ରଦର୍ଶନ ଜରିଆରେ ସେ ଫ୍ୟାନଙ୍କ ହୃଦୟ କିଣିଥିଲେ । ଏହା ବ୍ୟତୀତ ରିହାନାଙ୍କ ପ୍ରସାଧନ ସାମଗ୍ରୀର ବିଜନେସ ଅଛି । ତାଙ୍କର 'ସାଭେଜ୍ ଏକ୍ସ ଫେଣ୍ଟି' ନାମକ ତାଙ୍କର ଏକ ଫ୍ୟାଶନ୍ ବ୍ରାଣ୍ଡ୍ ଅଛି ।
Powered by Froala Editor