ସତର୍କ ଘଣ୍ଟି, ଓଡ଼ିଶା ପାଇଁ ବିପଦ
ଭୁବନେଶ୍ୱର: ଦେଶରେ ଓମାଇକ୍ରନ୍ ନୂଆ ଉପପ୍ରଜାତି ସଂକ୍ରମଣ ବଢ଼ାଉଥିବା ବେଳେ ଓଡ଼ିଶା ପାଇଁ ସତର୍କ ଘଣ୍ଟି ବାଜିଛି । ବର୍ତ୍ତମାନ ଓଡ଼ିଶାରେ ଓମାଇକ୍ରନ୍ର କୌଣସି ନୂଆ ଉପପ୍ରଜାତି ସୃଷ୍ଟି ହୋଇନାହିଁ । ମାତ୍ର ଅନ୍ୟ ରାଜ୍ୟରେ ସଂକ୍ରମଣ କରୁଥିବା ନୂଆ ପ୍ରଜାତି ପାଇଁ ଓଡ଼ିଶା ପ୍ରତି ବିପଦ ଆଶଙ୍କା ରହିଛି । ତେଣୁ ଏବେଠାରୁ ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ଭେଷଜ ଗବେଷଣା ପ୍ରତିଷ୍ଠାନ(ଆରଏମଆରସି) ।
ଅନ୍ୟ ରାଜ୍ୟ ଗୁଡ଼ିକରେ କରୋନା ସଂକ୍ରମଣ ଉପରମୁହାଁ ହୋଇଛି । କୋଭିଡ୍ ଭୂତାଣୁ ଏକ୍ସବିବି.୧.୧୬ ପ୍ରଜାତି ପୁଣି ରୂପ ବଦଳାଇଛି । କୋଭିଡ୍ ଭୂତାଣୁ ନୂଆ ଉପ ପ୍ରଜାତି ଏକ୍ସବିବି.୧.୧୬ ଭାରତରୁ ଚିହ୍ନଟ ହୋଇଛନ୍ତି । ନୂଆ ପ୍ରଜାତି ଦ୍ୱାରା ଦେଶରେ ଏପର୍ୟ୍ୟନ୍ତ ୧୧୩ ଜଣ ସଂକ୍ରମିତ ହୋଇଛନ୍ତି । ବିଶେଷକରି ଗୁଜୁରାଟ ଓ ମହାରାଷ୍ଟ୍ରରେ ନୂଆ ପ୍ରଜାତି ଦ୍ୱାରା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । ଏକ୍ସବିବି ଓମାଇକ୍ରନ୍ ଏକ ଉପ-ପ୍ରଜାତି । ଏହା ଓମାଇକ୍ରନ୍ ପ୍ରଜାତି ମଧ୍ୟରେ ଅଧିକ ସଂକ୍ରାମକ ରହିଛି ବୋଲି ବିଶେଷଜ୍ଞ କହିଛନ୍ତି । ଦେଶରେ ୧୫ ମାସ ଭିତରେ ଓମାଇକ୍ରନ୍ରେ ପ୍ରାୟ ଚାରି ଶହ ନୂଆ ଉପ ପ୍ରଜାତି ଠାବ ହୋଇଛନ୍ତି ।
Powered by Froala Editor