ନୋରାଙ୍କ ଡ୍ରେସ୍ ଦେଖି ଲୋକେ କହିଲେ, ‘ଗରମରେ ରେଜେଇ କିପରି ପିନ୍ଧିଲ?
ହଟ୍ ଡ୍ୟାନ୍ସ କହିଲେ ନୋରା ଫତେହିଙ୍କ ନାଁ ଆଗରେ ଆସିବ । ହେଲେ ନୋରାଙ୍କ ଡେସ୍ ସେନ୍ସକୁ ନେଇ କିଛି ଲୋକ ସମାଲୋଚନା କରିଛନ୍ତି । ଶୁକ୍ରବାର ନୋରାଙ୍କୁ ମୁମ୍ବାଇର ଏକ ପୁରସ୍କାର ବିତରଣ ଉତ୍ସବରେ ଦେଖିବାକୁ ମିଳିଥିଲା। ସେଠାକୁ ସେ ଏକ ଧଳା ରଂଗର ଗାଉନ୍ ପିନ୍ଧି ଯାଇଥିଲେ। ନୋରା ପିନ୍ଧିଥିବା ଧଳା ରଂଗର ହାଇନେକ୍ ପୋଷାକକୁ ରୁପେଲୀ ପଥର ଖଞ୍ଜା ଯାଇ ଡିଜାଇନ୍ କରାଯାଇଛି। ହେଲେ ଅଭିନେତ୍ରୀଙ୍କର ଏହି ପୋଷାକକୁ ୟୁଜର୍ସ ଥଟ୍ଟା କରିବାରେ ଲାଗିଛନ୍ତି।
ଅନେକ ବ୍ୟବହାରକାରୀ ତାଙ୍କ ‘ଫ୍ୟାସନ୍ ସେନ୍ସ’କୁ ନେଇ ପ୍ରଶ୍ନ ବି କରିଛନ୍ତି। ଜଣେ ନୋରାଙ୍କ ପୋଷାକରେ ମଜାଳିଆ କମେଣ୍ଟ୍ ଦେଇ ଲେଖିଛନ୍ତି, ‘ମୋ ତକିଆ ମୋତେ ଫେରସ୍ତ କରିଦିଅ’। ଅନ୍ୟ ଜଣେ ଲେଖିଛନ୍ତି, ‘ଇଏ ପାରାଚୁଟ୍ ପିନ୍ଧିକରି କାହିଁକି ଆସିଛନ୍ତି?’ ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଆପଣ ଏତେ ଗରମରେ ଘରୁ ରେଜେଇ ପିନ୍ଧିକରି କିପରି ଆସିପାରିଲେ?’
Powered by Froala Editor