ଚର୍ଚ୍ଚାରେ 'ପୁଷ୍ପା ୨' : କେଆରକେ କହିଲେ ମୁଁ କନଫ୍ୟୁଜ ଏହା ଲକ୍ଷ୍ମୀ ୨ ନା କଂଚନା
ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ୨ର ଟିଜର ରିଲିଜ ହୋଇସାରିଥିବାବେଳେ ଏବେ ପୁଷ୍ପା-୨ର ଏକ ଭିଡିଓ ରିଲିଜ ହୋଇଛି । ଏହି ଭିଡିଓ ରିଲିଜ ହେବାର ୧ ଘଣ୍ଟା ସମୟ ଭିତରେ ହିଁ ଫ୍ୟାନ୍ସଙ୍କ ଜବରଦସ୍ତ ରେସପନ୍ସ ମିଳିବା ସହ ୧୦ ଲକ୍ଷ ଲୋକ ଦେଖି ସାରିଲେଣି। ଏଥିରେ ଅଭିନେତାଙ୍କ ଖତରନାକ ଲୁକ ନଜର ଆସିଛି। ଦେଖୁ ଦେଖୁ ଅଲ୍ଲୁ ଅର୍ଜୁନଙ୍କ ଲୁକ ଚର୍ଚ୍ଚାର ବିଷୟ ହୋଇଯିବା ସହ ଏହା ଇଣ୍ଟରନେଟରେ ନିଆଁ ଭଳି ବ୍ୟାପି ଯାଇଥିଲା।
ଏହାରି ଭିତରେ ବଲିଉଡ ଅଭିନେତା କମାଲ ଆର ଖାଁ ଓରଫ କେଆରକେ 'ପୁଷ୍ପା ୨' ପୋଷ୍ଟରର ମଜାକ ଉଡାଇଛନ୍ତି। କେଆରକେ ଟୁଇଟର ଆକାଉଣ୍ଟରେ 'ପୁଷ୍ପା ୨'ର ପୋଷ୍ଟରକୁ ଶେୟାର କରି କହିଛନ୍ତି, ଏହା ପୁଷ୍ପା ଫିଲ୍ମର ସିକ୍ୱେଲ ଭଳି ଲାଗୁ ନାହିଁ। ସେ କ୍ୟାପଶନରେ ଲେଖିଛନ୍ତି, ଏହା ପୁଷ୍ପା ୨ର ପୋଷ୍ଟର ଆଉ ମୁଁ କନଫ୍ୟୁଜ। ମୁଁ ବୁଝି ପାରୁନାହିଁ ଏହା ଲକ୍ଷ୍ମୀ ୨ ନା କଂଚନା। ଏହା ପୁଷ୍ପାର ସିକ୍ୱେଲ ଭଳି ଆଦୌ ଲାଗୁନାହିଁ।
ସୂଚନା ଅନୁଯାୟୀ, ଗୋଟିଏ ଦିନ ପୂର୍ବରୁ ଅଲ୍ଲୁ ଅର୍ଜୁନ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ 'ପୁଷ୍ପା ୨'ର ଫାଷ୍ଟ ଲୁକ ପୋଷ୍ଟର ଶେୟାର କରିଥିଲେ। ଏଥିରେ ଦେଖିବାକୁ ମିଳିଥିଲା କି ଅଲ୍ଲୁ ଅର୍ଜୁନ ସାଉଥ ଇଣ୍ଡିଆନ ଶାଢି ପିନ୍ଧି ନଜର ଆସିଥିଲେ। ତାଙ୍କ ଗଳାରେ ଲେମ୍ବୁ ମାଳ ଥିଲା। ଏହା ବ୍ୟତୀତ ଅଭିନେତା ଚୁଡି, ମୁଦି ଓ ଆଉ କିଛି ନେକଲେସ ପିନ୍ଧିଥିବା ଦେଖାଯାଇଛି। ସେ ମଥାରେ ବିନ୍ଦି ଲଗାଇଛନ୍ତି, ଯାହା ଶିବଙ୍କ ତୃତୀୟ ନୟନ ଭଳି ଦେଖାଯାଉଛି। ପୋଷ୍ଟରରେ ଅଲ୍ଲୁ ଅର୍ଜୁନ ହାତରେ ବନ୍ଧୁକ ଧରିଥିବା ନଜର ଆସିଛି।

Powered by Froala Editor