ଏଣିକି ଦିନରେ ୪ରୁ ୬ ଡିଗ୍ରୀ ବଢ଼ିବ ତାପମାତ୍ରା
ଭୁବନେଶ୍ୱର,: ରାଜ୍ୟରେ ଏଣିକି ଦିନ ତାପମାତ୍ରା ବଢ଼ିବ । ଆସନ୍ତା ତିନି ଦିନ ଭିତରେ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ୪ରୁ ୬ ଡିଗ୍ରୀ ବଢ଼ିଯିବ । ଏଥିପାଇଁ ଅଧିକ ଗରମ ଅନୁଭୂତ ହୋଇପାରେ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି । ଭୁବନେଶ୍ୱର ସମେତ ଅନୁଗୁଳ, ସମ୍ବଲପୁର, ଭବାନୀପାଟଣା, ଫୁଲବାଣୀ, ଟିଟିଲାଗଡ଼, ମାଲକାନଗିରି ଓ ବୌଦ୍ଧ ଭଳି ସହରରେ ରବିବାର ଦିନ ତାପମାତ୍ରା ୩୫ଡିଗ୍ରୀ ଉପରେ ଥିଲା । ଟିଟିଲାଗଡ଼ ଓ ମାଲକାନଗିରିରେ ଦିନ ତାପମାତ୍ରା ସର୍ବାଧିକ ୩୬.୫ ଡିଗ୍ରୀ ରହିଥିଲା । ଆଗକୁ ଅନେକ ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଟପି ଯାଇପାରେ ।
ରବିବାର ବାଲେଶ୍ୱରରେ ସର୍ବାଧିକ ୧୮ ମିଲିମିଟର ବର୍ଷା ହୋଇଛି । ପାରାଦୀପରେ ୮.୭, ଛତ୍ରପୁରରେ ୭ ଓ ରାୟଗଡ଼ାରେ ୬ ମିଲିମିଟର ବର୍ଷା ରେକର୍ଡ ହୋଇଛି ।
Powered by Froala Editor