ପୂର୍ବତନ କ୍ରିକେଟର ସଲିମ ଅଜିଜ ଦୁରାନି ଆଉ ନାହାନ୍ତି
ପୂର୍ବତନ କ୍ରିକେଟର ସଲିମ ଅଜିଜ ଦୁରାନିଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ସେ ତାଙ୍କ ସାନଭାଇ ଜାହାଙ୍ଗୀର ଦୁରାନିଙ୍କ ସହିତ ଗୁଜରାଟର ଜାମନଗରରେ ରହୁଥିଲେ। ସଲିମ ଦୁରାନଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ପ୍ରଧାମନ୍ତ୍ରୀ ମୋଦି କହିଛନ୍ତି ପୂର୍ବତନ କ୍ରିକେଟର ଦୁରାନି ନିଜେ ଜଣେ ଅନୁଷ୍ଠାନ ଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି, ଦୁରାନି ତାଙ୍କ କ୍ରିକେଟ କ୍ୟାରିୟରରେ ବିଶ୍ୱରେ ଭାରତର ଉତ୍ଥାନରେ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ।
ସଲିମ ଦୁରାନି ଆଫଗାନିସ୍ତାନର କାବୁଲରେ ଜନ୍ମ ହୋଇଥିଲେ। ପ୍ରାୟ ୧୩ ବର୍ଷ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଟିମର ପ୍ରତିନିଧିତ୍ୱ କରିଛନ୍ତି। ସେ ଦର୍ଶକଙ୍କ ଡିମାଣ୍ଡରେ ଛକା ମାରୁଥିବା ଖେଳାଳି ଭାବେ ବେଶ ପରିଚିତ ଥିଲେ। ସେ ୧୯୬୦ରୁ ୧୯୭୩ ମଧ୍ୟରେ ଭାରତ ପାଇଁ ୨୯ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ସେ ଜଣେ ଅଲରାଉଣ୍ଡର ଥିଲେ।
୧୯୬୧-୬୨ରେ ଇଂଲଣ୍ଡ ବିପକ୍ଷ ଏକ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ବିଜୟୀ ହୋଇଥିଲା। ଆଉ ଏହି ଐତିହାସିକ ବିଜୟରେ ସଲିମ ଦୁରାନି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
Powered by Froala Editor