ବେଳବାଞ୍ଜି ଜଙ୍ଗଲରେ ନର କଙ୍କାଳ ଉଦ୍ଧାର

ବଲାଙ୍ଗୀର: ତୁରକେଲା ଥାନା ଅନ୍ତର୍ଗତ ମହନୀଲହ ବେଳବାଞ୍ଜି ଜଙ୍ଗଲରେ ନର କଙ୍କାଳ ପଡ଼ିଥିବା ଦେଖିବାକୁ ମିଳିଛି । ମହନୀଲହ ଗାଁର ଲୋଚନ ଗଡ଼ତିଆ ଗତକାଲି ଦିନ ୧୦ଟା ସମୟରେ ଜଙ୍ଗଲକୁ ଛେଳି ଚରାଇବା ପାଇଁ ଯାଇଥିଲେ । ହେଲେ ଜଙ୍ଗଲରେ ଏକ ନର କଙ୍କାଳ ପଡ଼ିଥିବା ଦେଖି ପୋଲିସକୁ ଜଣାଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ କରିବା ସହ ଅଧିକ ତଦନ୍ତ କରୁଥିବା ବେଳେ ଏସଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ନର କଙ୍କାଳଟି ପୁରୁଷ କି ମହିଳାର ଜଣାପଡ଼ିନଥିବାବେଳେ ଏହି କଙ୍କାଳଟି କେତେ ଦିନରୁ ପଡ଼ିଛି କିମ୍ବା ଏହା କାହାର ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । କଙ୍କାଳର ବିଭିନ୍ନ ଅଙ୍ଗ ଅଲଗା ଅଲଗା ହୋଇ ପଡ଼ିରହିଥିବା ଦେଖିବାକୁ ମିଳିଛି । ବଲାଙ୍ଗୀରରୁ ସାଇଣ୍ଟିଫିକ୍ ଦଳ ଆସିବା ପରେ ସମସ୍ତ ତଥ୍ୟ ଜଣାପଡ଼ିବ ।
Powered by Froala Editor