Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, October 03, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଟ୍ରମ୍ପଙ୍କ ଶୁଳ୍କ ଯୋଗୁଁ ଭାରତକୁ ...

  • ୫ବର୍ଷ ପରେ ପୁଣି ଆରମ୍ଭ ହେବ ଭାରତ ଓ ଚୀନ ...

  • କଫ ସିରପ୍‍ ନେଲା ୧୧ ଶିଶୁଙ୍କ ଜୀବନ

  • ବେସିନ୍‌ରୁ ଆସୁଥିବା ଗନ୍ଧକୁ ନେଇ ...

  • ଏହା କଲେ ଘରେ ବଢ଼ିଥାଏ ସୁଖ-ସମୃଦ୍ଧି

  • ନୋବେଲ ଶାନ୍ତି ପୁରସ୍କାର ସମ୍ପର୍କରେ ...

  • ଶକ୍ତିଶାଳୀ ଭୂକମ୍ପ: ୨୨ ମୃତ

  • ରେପୋ ରେଟକୁ ୫.୫ ପ୍ରତିଶତରେ ...

  • ବିଜେପି ନେତା ବିଜୟ ମଲହୋତ୍ରାଙ୍କ ପରଲୋକ

  • ନମାଜ ପାଠ ବେଳେ ଭଶୁଡ଼ି ପଡ଼ିଲା ସ୍କୁଲ ଛାତ

ବିଶେଷ
Home ›› ବିଶେଷ ››ଅଧିକ ଲୁଣ ସାଜିବ ଜହର

ଅଧିକ ଲୁଣ ସାଜିବ ଜହର

2023-03-31 04:24:15
14121
Share:
Facebook
Twitter
E-Mail
WhatsApp
Telegram
ଅଧିକ ଲୁଣ ସାଜିବ ଜହର

 ଖାଦ୍ୟରୁ ସ୍ୱାଦ ବଢ଼ାଇଥାଏ ଲୁଣ । ଲୁଣ ବିନା ଯେପରି ଖାଦ୍ୟ ଖାଇଲା ପରେ ମନେହୁଏନାହିଁ । ଲୁଣ ଆମର ଦୈନନ୍ଦିନ ଖାଦ୍ୟର ଏକ ଅବିଚ୍ଛେଦ୍ୟ ଅଂଶ। କେବଳ ସ୍ବାଦ ପାଇଁ ନୁହେଁ, ସ୍ବାସ୍ଥ୍ୟ ପାଇଁ ମଧ୍ୟ ଏହା ଏକାନ୍ତ ଆବଶ୍ୟକ। ଲୁଣ ଆମ ଶରୀରରେ ତରଳ ପଦାର୍ଥ ଏବଂ ବୈଦ୍ୟୁତିକ ଦ୍ରବଣର ଭାରସାମ୍ୟ ରକ୍ଷା କରିବା ସହ ସ୍ନାୟୁ ସଙ୍କେତ ପ୍ରେରଣ କରିଥାଏ। ତେବେ ଏହା ପ୍ରତି ଆମର ଆକର୍ଷଣ ଏତେ ବଢ଼ିଯାଇଛି ଯେ, ଆମେ ଅଧିକାଂଶ ଖାଦ୍ୟରେ ଏହାକୁ ମାତ୍ରାଧିକ ଭାବେ ବ୍ୟବହାର କରିବାରେ ଲାଗିଛେ। ଫଳରେ ଶରୀର ପାଇଁ ମଙ୍ଗଳକର ହୋଇଥିବା ଲୁଣର ସର୍ବାଧିକ ମାତ୍ରା ଏକ ଚତୁର୍ଥାଂଶ ଚାମଚ ପରିମାଣ ଅତିକ୍ରମ କରିଯାଉଛି। ପରିମାଣ ସ୍ବରୂପ ‘ଅତି ସର୍ବତ୍ର ଗର୍ହିତମ୍‌’ ନ୍ୟାୟରେ ଏବେ ଏହା ‘ଧଳା ଜହର’ର ରୂପ ନେଇ ଆମ ସ୍ବାସ୍ଥ୍ୟ ପ୍ରତି ବିପଦର କାରଣ ସାଜିଛି।

ନିକଟରେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା (ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ ବା ‘ହୁ’)। ଏହାର ସଦ୍ୟ ପ୍ରକାଶିତ (ଫେବୃୟାରୀ ୨୦୨୩) ‘ଗ୍ଲୋବାଲ ରିପୋର୍ଟ ଅନ୍‌ ସୋଡିୟମ ଇନ୍‌ଟେକ୍‌ ରିଡକ୍ସନ’ ରିପୋର୍ଟରେ ସତର୍କ କରାଇ ଦିଆଯାଇଛି ଯେ ଯଦି ଏହାଦ୍ୱାରା ପ୍ରଦତ୍ତ ମାର୍ଗଦର୍ଶିକା ଅନୁସରଣ କରି ଲୁଣ ଖାଇବା ଆବଶ୍ୟକତାଠାରୁ କମ୍‌ କରିଦିଆଯାଏ, ତେବେ ଆଗାମୀ ୭ ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୩୦ ମସିହା ସୁଦ୍ଧା ବିଶ୍ୱର ପ୍ରାୟ ୭୦ ଲକ୍ଷ ଲୋକଙ୍କର ତାହା ଅକାଳ ମୃତ୍ୟୁର କାରଣ ହେବ। ଏଣୁ ଏ ସମ୍ପର୍କରେ ସଚେତନତା ପ୍ରସାର ଲାଗି ଚଳିତ ବର୍ଷ ମାର୍ଚ୍ଚ ୧୪-୨୦ ତାରିଖ ପର୍ଯ୍ୟନ୍ତ ‘ହୁ’ ଦ୍ୱାରା ପାଳନ କରାଯାଉଛି ଏକ କାର୍ଯ୍ୟକ୍ରମ ସପ୍ତାହ।

ଆମେ ଖାଉଥିବା ଲୁଣର ରାସାୟନିକ ନାମ ହେଲା ‘ସୋଡିୟମ କ୍ଲୋରାଇଡ୍‌’। ଏଥିରେ ଥିବା ସୋଡିୟମ୍‌ ହିଁ ଆମ ସ୍ବାସ୍ଥ୍ୟ ଉପରେ ଭଲମନ୍ଦ ପ୍ରଭାବ ଲାଗି ଦାୟୀ। ଲୁଣ ଏହାର ମୁଖ୍ୟ ଉତ୍ସ ହେଲେ ହେଁ, ଆମେ ଖାଉଥିବା ଅନ୍ୟାନ୍ୟ ବହୁ ଖାଦ୍ୟରେ ମଧ୍ୟ ଏହା ଅନ୍ୟତମ ଉପାଦାନ ରୂପେ ରହୁଛି। ଏସବୁଗୁଡ଼ିକରେ ଥିବା ସୋଡିୟମର ଏକତ୍ର ପରିମାଣ ଦିନକୁ ୨୩୦୦ ମିଲିଗ୍ରାମ ଅତିକ୍ରମ କରିଗଲେ ତାହା ଆମ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ତେବେ ବିଶ୍ୱର ମାତ୍ର ତିନି ଶତାଂଶ ଲୋକ ଏହି ସୀମାଠାରୁ କମ୍‌ ଲୁଣ ଖାଇଲା ବେଳେ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ୧୯୪ଟି ସଦସ୍ୟଙ୍କ ମଧ୍ୟରୁ ମାତ୍ର ୭ଟି ଦେଶର ଲୋକ ଏହା କରିଥାଆନ୍ତି। ସେଗୁଡ଼ିକ ହେଲେ ବ୍ରାଜିଲ, ଚିଲି, ମାଲେସିଆ, ସାଉଦି ଆରବ, ସ୍ପେନ୍‌ ଏବଂ ଉରୁଗୁଏ।
ଅଧିକ ଲୁଣ ଖାଇବାର ସ୍ବାସ୍ଥ୍ୟ ପ୍ରତି ଥିବା ଘାତକ ପ୍ରଭାବଗୁଡ଼ିକ ହେଲା, ଉଚ୍ଚ ରକ୍ତଚାପ ଏବଂ ତଜ୍ଜନିତ ହୃଦ୍‌ରୋଗ ଏବଂ ସଂଘାତ। ଏହାର କୁପ୍ରଭାବ ମାଂସପେଶୀ, ସ୍ନାୟୁ ଏବଂ ମସ୍ତିଷ୍କ ଉପରେ ମଧ୍ୟ ପଡ଼ିଥାଏ। ଏପରିକି ହାଡ଼ ପାପରା, ପାକସ୍ଥଳୀ କ୍ୟାନ୍‌ସର ଏବଂ କିଡ୍‌ନୀ ସମସ୍ୟା ପାଇଁ ଅଧିକ ଲୁଣ ଖାଇବା ଅନେକାଂଶରେ ଦାୟୀ। ଏପରିସ୍ଥଳେ ଲୁଣ ଏବଂ ଅଧିକ ଲୁଣ ଅର୍ଥାତ୍‌ ସୋଡିୟମଯୁକ୍ତ ଖାଦ୍ୟ ଯଥାସମ୍ଭବ ହ୍ରାସ କରିବା ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ପରାମର୍ଶ ଦେଇଛି। ତେବେ ଆମର ଆଜିକାଲିର ପସନ୍ଦ ଅନେକ ଖାଦ୍ୟରେ ଏହା ପ୍ରଚୁର ପରିମାଣରେ ରହିଛି। ଅନ୍ୟପକ୍ଷରେ ଏହା ଏକ ଚିନ୍ତାଜନକ ବିଷୟ ଯେ, ଏଗୁଡ଼ିକ ପ୍ରତି ଆମର ଆକର୍ଷଣ ବଢ଼ିଚାଲିଛି।

ଏପରିସ୍ଥଳେ ଅଧିକ ଲୁଣ ସହିତ ଏଗୁଡ଼ିକୁ ମଧ୍ୟ ବର୍ଜନ କରିବା ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ଆହ୍ବାନ ଦେଇଛି। ଅନ୍ୟପକ୍ଷରେ ଘରେ ତିଆରି ସୁପ୍‌, ଛେନା, ସାଲାଡ୍‌, ନାନାପ୍ରକାର ପିଠା, ଉପମା, ଦୋସା, ମାଛ-ମାଂସ ତରକାରି ଓ ଏବଂ ତଟକା ଫଳମୂଳ କମ୍‌ ସୋଡିୟମଯୁକ୍ତ ଏବଂ ସ୍ବାସ୍ଥ୍ୟ ପାଇଁ ହିତକର। ଏଣୁ ଏଗୁଡ଼ିକୁ ଆମେ ଖାଦ୍ୟ ରୂପେ ଗ୍ରହଣ କରିବା ଉଚିତ ବୋଲି ଏହି ସଂସ୍ଥା ପରାମର୍ଶ ଦେଇଛି।

Powered by Froala Editor

Tags salt

Related articles Odisha News Lens 4.1

  • ନମାଜ ପାଠ ବେଳେ ଭଶୁଡ଼ି ପଡ଼ିଲା ସ୍କୁଲ ଛାତ
    ଦେଶ-ଦେଶାନ୍ତର

    ନମାଜ ପାଠ ବେଳେ ଭଶୁଡ଼ି ପଡ଼ିଲା ସ୍କୁଲ ଛାତ

    14009
    Sep 30, 2025
  • ଶକ୍ତିଶାଳୀ ଭୂକମ୍ପ: ୨୨ ମୃତ
    ଦେଶ-ଦେଶାନ୍ତର

    ଶକ୍ତିଶାଳୀ ଭୂକମ୍ପ: ୨୨ ମୃତ

    15294
    Oct 01, 2025
  • ୫ବର୍ଷ ପରେ ପୁଣି ଆରମ୍ଭ ହେବ ଭାରତ ଓ ଚୀନ ମଧ୍ୟରେ ବିମାନ ସେବା
    ଦେଶ-ଦେଶାନ୍ତର

    ୫ବର୍ଷ ପରେ ପୁଣି ଆରମ୍ଭ ହେବ ଭାରତ ଓ ଚୀନ ମଧ୍ୟରେ ବିମାନ ସେବା

    14144
    Oct 03, 2025
  • ବେସିନ୍‌ରୁ ଆସୁଥିବା ଗନ୍ଧକୁ ନେଇ ଚିନ୍ତିତ କି, ଆପଣାନ୍ତୁ ଏହି ଟିପ୍ସ
    ବିଶେଷ

    ବେସିନ୍‌ରୁ ଆସୁଥିବା ଗନ୍ଧକୁ ନେଇ ଚିନ୍ତିତ କି, ଆପଣାନ୍ତୁ ଏହି ଟିପ୍ସ

    14497
    Oct 03, 2025
  • ଟ୍ରମ୍ପଙ୍କ ଶୁଳ୍କ ଯୋଗୁଁ ଭାରତକୁ କ୍ଷତିପୂରଣ ଦେବ ରୁଷ
    ଦେଶ-ଦେଶାନ୍ତର

    ଟ୍ରମ୍ପଙ୍କ ଶୁଳ୍କ ଯୋଗୁଁ ଭାରତକୁ କ୍ଷତିପୂରଣ ଦେବ ରୁଷ

    14436
    Oct 03, 2025
  • ଏହା କଲେ ଘରେ ବଢ଼ିଥାଏ ସୁଖ-ସମୃଦ୍ଧି
    ବିଶେଷ

    ଏହା କଲେ ଘରେ ବଢ଼ିଥାଏ ସୁଖ-ସମୃଦ୍ଧି

    14391
    Oct 03, 2025
  •  ରେପୋ ରେଟକୁ ୫.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି
    ଦେଶ-ଦେଶାନ୍ତର

    ରେପୋ ରେଟକୁ ୫.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି

    14264
    Oct 01, 2025
  • କଫ ସିରପ୍‍ ନେଲା ୧୧ ଶିଶୁଙ୍କ ଜୀବନ
    ଦେଶ-ଦେଶାନ୍ତର

    କଫ ସିରପ୍‍ ନେଲା ୧୧ ଶିଶୁଙ୍କ ଜୀବନ

    14744
    Oct 03, 2025
  • ବିଜେପି ନେତା ବିଜୟ ମଲହୋତ୍ରାଙ୍କ ପରଲୋକ
    ଦେଶ-ଦେଶାନ୍ତର

    ବିଜେପି ନେତା ବିଜୟ ମଲହୋତ୍ରାଙ୍କ ପରଲୋକ

    15977
    Sep 30, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଶକ୍ତିଶାଳୀ ଭୂକମ୍ପ: ୨୨ ମୃତ

    15294
    Oct 01, 2025
  • ବିଶେଷ

    ବେସିନ୍‌ରୁ ଆସୁଥିବା ଗନ୍ଧକୁ ନେଇ ଚିନ୍ତିତ କି, ଆପଣାନ୍ତୁ ଏହି ଟିପ୍ସ

    14497
    Oct 03, 2025
  • ଦେଶ-ଦେଶାନ୍ତର

    ବିଜେପି ନେତା ବିଜୟ ମଲହୋତ୍ରାଙ୍କ ପରଲୋକ

    15977
    Sep 30, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16758
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16860
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17217
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15672
    Apr 03, 2021

ବିଶେଷ

  • ବେସିନ୍‌ରୁ ଆସୁଥିବା ଗନ୍ଧକୁ ନେଇ ଚିନ୍ତିତ କି, ଆପଣାନ୍ତୁ ଏହି ଟିପ୍ସ

    14497
    Oct 03, 2025
  • ଏହା କଲେ ଘରେ ବଢ଼ିଥାଏ ସୁଖ-ସମୃଦ୍ଧି

    14391
    Oct 03, 2025
  • ବେଡ୍‌ରୁମରେ ଲଗାନ୍ତୁ ଏହି ରଙ୍ଗ

    15534
    Sep 30, 2025
  • ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେଉଥିଲେ......

    14630
    Sep 30, 2025
  • ମୁଣ୍ଡବ୍ୟଥା ହେଉଥିଲେ ଏମିତି କରନ୍ତୁ ଉପଚାର

    15099
    Sep 29, 2025

ବାଣିଜ୍ୟ

ଆମୱେ ଇଣ୍ଡିଆ ନୁ୍ୟଟ୍ରିଲାଇଟ୍‌ର ଉତ୍ତମତାରେ ପରିପୁଷ୍ଟ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ୍‌ର ପରବର୍ତ୍ତୀ ପିଢିର ସ୍କିନ୍‌ କେୟାର ଉନ୍ମୋଚନ କଲା

ଭୁବନେଶ୍ୱର : ଭାରତୀୟମାନେ ସମୟ ପୂର୍ବରୁ ତ୍ୱଚାର ବୟସ ବୃଦ୍ଧି ଏବଂ ପରିବେଶଗତ ଚାପ ଠାରୁ ନେଇ ତ୍ୱଚାର ଅସମାନ ରଙ୍ଗ ଏବଂ ଗଠନ ବିଷୟ ଜନିତ ଚିନ୍ତାକୁ ନେଇ ଘାରି ହେଉଥିବାବେଳେ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସମର୍ଥନ କରୁଥିବ ...

  • ଗ୍ରାମୀଣ ଓଡ଼ିଶାରେ ଆଶାର ସଞ୍ଚାର କରୁଛି ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ଆରୋଗ୍ୟ’

    14248
    Sep 19, 2025
  • ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଆଦିତ୍ୟ ବିର୍ଲା ଗ୍ରୁପର ଉଲ୍ଲେଖନୀୟ ଭୂମିକା

    14046
    Sep 16, 2025
  • ଶସ୍ତା ହେଲା ସୁନା

    14374
    Sep 04, 2025
  • ବଢିଛି ସୁନା ଦର, ୧୨୫,୦୦୦ ଟଙ୍କା ଛୁଇଁବ

    14947
    Sep 03, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୫ବର୍ଷ ପରେ ପୁଣି ଆରମ୍ଭ ହେବ ଭାରତ ଓ ଚୀନ ମଧ୍ୟରେ ବିମାନ ସେବା

    14144
    Oct 03, 2025
  • ଶକ୍ତିଶାଳୀ ଭୂକମ୍ପ: ୨୨ ମୃତ

    15294
    Oct 01, 2025
  • ବେସିନ୍‌ରୁ ଆସୁଥିବା ଗନ୍ଧକୁ ନେଇ ଚିନ୍ତିତ କି, ଆପଣାନ୍ତୁ ଏହି ଟିପ୍ସ

    14497
    Oct 03, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In