ବଜେଟ ଆଲୋଚନା ବେଳେ ପର୍ଣ୍ଣ ଭିଡିଓ ଦେଖୁଥିଲେ ବିଜେପି ବିଧାୟକ
ତ୍ରିପୁରା ବିଧାନସଭା ଗୃହ ଭିତରେ ଗୁରୁତ୍ବପୂର୍ଣ୍ଣ ବିଧାନସଭା ଅଧିବେଶନ ଚାଲିଥିବାବେଳେ ବାଗବାସା ବିଧାନସଭା ଆସନର ବିଜେପି ବିଧାୟକ ଯାଦବ ଲାଲ ନାଥ ମୋବାଇଲରେ ପର୍ଣ୍ଣ ଦେଖୁଥିବା ଭିଡିଓ ପଦାକୁ ଆସିଛି । ଜଣେ ବୟସ୍କ ବିଜେପି ବିଧାୟକଙ୍କ ଏହି କାରନାମା ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି ।
ବିଧାନସଭାରେ ରାଜ୍ୟ ବଜେଟ୍ ସହ ଜଡିତ ଆଲୋଚନା ବେଳେ ଏହି ଘଟଣା ଘଟିଥିବା ଜଣାଯାଇଛି। ଏହି ଘଟଣା ପରେ ବିଜେପି, ବିଧାୟକଙ୍କଠାରୁ ଘଟଣାକୁ ନେଇ ସ୍ପଷ୍ଟୀକରଣ ମାଗି ତାଙ୍କୁ ସମନ ପଠାଇଛି। ଶ୍ରୀ ନାଥ ଏପର୍ଯ୍ୟନ୍ତ ଅଭିଯୋଗ କିମ୍ବା ଭିଡିଓ ଉପରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ଅଧିବେଶନ ଶେଷ ହେବା ପରେ ସେ ବିଧାନସଭା ପରିସର ଛାଡିଥିବା ଜଣାପଡ଼ିଛି।
ଗତ ୨୦୧୨ରେ କର୍ଣ୍ଣାଟକ ବିଜେପି ସରକାର ଅମଳରେ ମଧ୍ୟ ଦୁଇ ଜଣ ମନ୍ତ୍ରୀ ବିଧାନସଭା ଚାଲିଥିବାବେଳେ ପର୍ଣ୍ଣ ଦେଖୁଥିବା ନେଇ ଅଭିଯୋଗ ହୋଇଥିଲା । ଦୁଇ ଜଣ ମନ୍ତ୍ରୀ ଥିଲେ ସମବାୟ ମନ୍ତ୍ରୀ ଲକ୍ଷ୍ମଣ ସାବାଦି ଓ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସି.ସି. ପାଟିଲ ।
Powered by Froala Editor