‘ପ୍ୟାରୀ ନଣନ୍ଦ’ ଦିଅର ଲେଖା ବ୍ରେସଲେଟ୍ ଓ ହାରକୁ ବେଶୀ ପସନ୍ଦକ ରୁଛନ୍ତି ଯୁବପିଢ଼ି

ବିବାହ ଆଜିକାଲି ଯେମିତି ଆଡମ୍ବରରେ ହେଉଛି ,ଆଗେ ସେମିତି ହେଉନଥିଲା ବର୍ତ୍ତମାନ ସମୟରେ କେତେଜଣ ବିଦେଶରେ ତ’ଅନ୍ୟ କିଏ ପାହାଡିଆ ଜାଗାରେ ବିବାହ କରିବାକୁ ପସନ୍ଦ କରୁଛନ୍ତି । କେବଳ ଜାଗା ନୁହେଁ, ବିବାହରେ ହେଉଥିବା ‘ହଳଦୀ’ମେହେନ୍ଦୀ’ଉତ୍ସବ ପାଇଁ ସ୍ୱତନ୍ତ୍ର ପୋଷାକ ଓ ଗହଣା ବି ତିଆରି କରାଯାଉଛି । ଖାଲି ସେତିକି ନୁହେଁ ନଣନ୍ଦ, ଦିଅରଙ୍କ ପାଇଁ ମଧ୍ୟ ଗହଣା ବିକ୍ରି ଆରମ୍ଭ ହେଲାଣି ।
ବଜାରରେ ଏଇ ସବୁ ଗହଣା ବିଭିନ୍ନ ଡିଜାଇନରେ ମିଳୁଛି । ଝିଅମାନଙ୍କ ପାଇଁ ହାର, କାନ ସେଟ୍ ଆସୁଛି, ସେଥିରେ ଲେଖାରହୁଛି ‘ପ୍ୟାରୀ ନଣନ୍ଦ’ ଦିଅର ଲେଖା ବ୍ରେସଲେଟ୍ ଓ ହାରକୁ ଯୁବପିଢ଼ି ସବୁଠୁ ବେଶୀ ପସନ୍ଦ କରୁଛନ୍ତି । ବାହାଘର ମଉଜ-ମଜଲିସ୍ରେ ଏହି ନଣନ୍ଦ-ଦିଅର ଲେଖା ଗହଣାର ଚାହିଦା ବଢ଼ିବାରେ ଲାଗିଛି । ନୂଆ ଡିଜାଇନ୍ରେ ତିଆରି ଏସବୁ ଗହଣାର ଦାମ୍ ୨୦୦ ଟଙ୍କାରୁ ଆରମ୍ଭ ।
Powered by Froala Editor