ନିମ୍ନମାନର ଔଷଧ ତିଆରି କରୁଥିବା ଅଭିଯୋଗ : ୧୮ ଫାର୍ମା କମ୍ପାନୀର ଲାଇସେନ୍ସ ବାତିଲ
ନିମ୍ନ ମାନର ଔଷଧ ତିଆରି କରୁଥିବା ୧୮ଟି ଫାର୍ମା କମ୍ପାନୀର ଲାଇସେନ୍ସକୁ ବାତିଲ କରାଯାଇଛି। ସେମାନଙ୍କୁ ଔଷଧ ତିଆରି କରିବାକୁ ବାରଣ କରାଯାଇଛି। ସେହିପରି ଆଉ ୨୬ଟି ଫର୍ମା କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଯଦି ସେମାନେ ଉପଯୁକ୍ତ ଜବାବ ଦେଇ ନ ପାରିବେ, ତା’ହେଲେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ନକଲି ଔଷଧ ଏବଂ ଖରାପ ଗୁଣାତ୍ମକ ଔଷଧ ତିଆରି କରୁଥିବାରୁ ଫାର୍ମା କମ୍ପାନୀଗୁଡିକ ବିରୋଧରେ ମଙ୍ଗଳବାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସୂଚନାଯୋଗ୍ୟ, ଡ୍ରଗ କଣ୍ଟ୍ରୋଲର୍ ଜେନେରାଲ ଅଫ୍ ଇଣ୍ଡିଆ ଅନେକ ଔଷଧ କମ୍ପାନୀର ଯାଞ୍ଚ କରିଥିଲା। କେନ୍ଦ୍ରୀୟ ଏବଂ ରାଜ୍ୟରେ ୨୦ଟି ଟିମ୍ ରାଜ୍ୟରେ ଯାଞ୍ଚ କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମଙ୍ଗଳବାର ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି।
Powered by Froala Editor