୧୮ ମାସର ପୁଅ ଓ ୩ ଝିଅଙ୍କ ସହ କୂଅକୁ ଡେଇଁ ପଡ଼ିଲା ମା’
ସ୍ୱାମୀ ସହ ଝଗଡା କଲେ । ରାଗରେ ୪ ପିଲାଙ୍କୁ କୂଅରେ ଠେଲି ଦେଇ ନିଜେ ଡେଇଁପଡିଲେ । ହେଲେ କୂଅକୁ ଡେଇଁପଡିବା ପରେ ପ୍ରାଣ ଭୟରେ କୂଅ ଦଉଡି ଧରି ପକାଇଲେ । ସବୁ ପିଲାଙ୍କୁ ବଞ୍ଚାଇ ନପାରି କେବଳ ବଡ ଝିଅକୁ ନେଇ ଆସିଲେ । ଏଭଳି ଦୁଃଖଦ ଘଟଣା ଘଟିଛି ମଧ୍ୟପ୍ରଦେଶ ବୁରହାନପୁର ଜିଲ୍ଲାରେ ।
ଜିଲ୍ଲାର ବାଲଦି ଗାଁରେ ରହୁଥିବା ପ୍ରମିଳା ଭିଲାଲ ଓ ତାଙ୍କ ସ୍ୱାମୀ ରମେଶଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏହାପରେ ସେ ଘର ପାଖରେ ଥିବା କୂଅ ପାଖକୁ ଯାଇଥିଲେ। ସେଠାରେ ତାଙ୍କର ୩ ଝିଅ ଓ ୧୮ ମାସର ପୁଅ ଖେଳୁଥିଲେ। ସେମାନଙ୍କୁ ପ୍ରମିଳା ରାଗରେ କୂଅ ଭିତରକୁ ଠେଲି ଦେଇଥିଲେ। ଏହାପରେ ନିଜେ ମଧ୍ୟ ଡେଇଁ ପଡ଼ିଥିଲେ। କିନ୍ତୁ କୂଅ ଭିତରେ ସେ ପ୍ରାଣ ବିକଳରେ କୂଅରେ ପଡ଼ିଥିବା ଦଉଡ଼ିକୁ ଧରି ପକାଇଥିଲେ। ଦଉଡ଼ି ଦ୍ୱାରା ନିଜର ୭ ବର୍ଷର ବଡ଼ ଝିଅକୁ ସାଙ୍ଗରେ ଧରି ଉପରକୁ ଉଠି ଆସିଥିଲେ। କିନ୍ତୁ ଅନ୍ୟ ଦୁଇ ଝିଅ ଓ ୧୮ ମାସର ପୁଅକୁ ଆଣିବାକୁ ସକ୍ଷମ ହୋଇ ନଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିବା ସହ କୂଅ ଭିତରୁ ୩ ପିଲାଙ୍କ ମୃତଦେହକୁ ଉଦ୍ଧାର କରିଥିଲା।
Powered by Froala Editor