କଂଗ୍ରେସ ବିଧାୟକଙ୍କ ହୋହାଲ୍ଲା, ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଚାଲିପାରିଲାନି ପ୍ରଶ୍ନକାଳ । ସୋମବାର ବିଧାନସଭା ଆରମ୍ଭ ହେଉ ହେଉ ହଟ୍ଟଗୋଳ ଦେଖିବାକୁ ମିଳିଛି । ପରିସ୍ଥିତି ଏମିତି ହୋଇଥିଲା ଯେ ଗୃହ କାର୍ଯ୍ୟ ପରିଚାଳନା କରିବା ବାଚସ୍ପତିଙ୍କ ପକ୍ଷେ ସମ୍ଭବ ହୋଇପାରିନଥିଲା । ଫଳରେ ବାଚସ୍ପତି ବିକ୍ରମକେଶରୀ ଆରୁଖ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।
ଆଜି ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ କଂଗ୍ରେସ ବିଧାୟକମାନେ ହୋହାଲ୍ଲା କରିଥିଲେ । କଂଗ୍ରେସ ବିଧାୟକମାନେ ସ୍ୱତନ୍ତ୍ରଭାବେ କଳାରଙ୍ଗର ଡ୍ରେସ ପିନ୍ଧି ବାଚସ୍ପତିଙ୍କ ପୋଡ଼ିୟମ ପାଖକୁ ଆସି ନାରାବାଜି କରିଥିଲେ । ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଧ ମାମଲାରେ ଦଳୀୟ ବିଧାୟକମାନେ ନାରାବାଜି କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଗଣତନ୍ତ୍ରର ହତ୍ୟାକାରୀ ବୋଲି ସମ୍ବୋଧନ କରି ହୋହାଲ୍ଲା କରିଥିଲେ । ଫଳରେ ବାଚସ୍ପତି ବିକ୍ରମକେଶରୀ ଆରୁଖ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।
Powered by Froala Editor