ଦ୍ୱିତୀୟ ବିବାହ କରିବେ ମୀନା-ଧନୁଷ !
ସାଉଥ ଅଭିନେତ୍ରୀ ମୀନା ଦ୍ୱିତୀୟ ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି । ତେବେ ମୀନା ତାମିଲ ସୁପରଷ୍ଟାର ଧନୁଷଙ୍କ ସହିତ ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି ।
ଗତ କିଛିଦିନ ହେଲାଣି ଦୁହିଁଙ୍କର ଲିଙ୍କଅପ୍ ନେଇ ଗୁଜବ ଉଠିଥିଲା। ଯଦି ଏହା ସତ ହୋଇଥାଏ, ଦୁହେଁ ଜୁନ ଜୁଲାଇରେ ବିବାହ କରିପାରନ୍ତି । ଧନୁଷ ମଧ୍ୟ ଦ୍ୱିତୀୟ ବିବାହ କରିବେ । ଧନୁଷ ଏବଂ ମୀନାଙ୍କ ବୟସ ମଧ୍ୟରେ ଅନ୍ତର ୭ ବର୍ଷ ରହିଛି ।
ମୀନା ୨୦୦୯ରେ ସଫ୍ଟେଓ୍ଵୟାର ଇଂଜିନିୟର ବିଦ୍ୟାସାଗରଙ୍କୁ ବିବାହ କରିଥିଲେ । ୨୮ ଜୁନ୍, ୨୦୨୨ରେ ମୀନାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । ଏହି ବର୍ଷ ମୀନାଙ୍କ ସ୍ୱାମୀ ବିଦ୍ୟା ସାଗର କରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁ ହୋଇଛି। ସ୍ୱାମୀଙ୍କ ଦେହାନ୍ତ ପରେ ମୀନା ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ । ଏବେ ନିଜକୁ ଦୃଢ କରି ପୁଣି ପରଦାକୁ ଫେରିଛନ୍ତି । ନିଜ ବନ୍ଧୁ ଏବଂ ସଂପର୍କୀୟଙ୍କ ସହିତ ମିଶୁଛନ୍ତି । ଏହା ମଧ୍ୟରେ ବଡ ନିଷ୍ପତ୍ତି ନେଇଛନ୍ତି । ୪୬ ବର୍ଷୀୟ ମୀନାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ଉପରେ ଦ୍ୱିତୀୟ ବିବାହ ପାଇଁ ବାପା ମା' ବାଧ୍ୟ କରୁଛନ୍ତି । କିନ୍ତୁ ମୀନା ଦ୍ୱିତୀୟ ବିବାହ କରିବାକୁ ମନା କରୁଛନ୍ତି ।
Powered by Froala Editor