ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍: ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ନୀତୁ ଓ ସ୍ୱିଟି
ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତୀୟ ବକ୍ସର ନୀତୁ ଘଂଘାସ ସ୍ବର୍ଣ୍ଣ ପଦକ ଜିତିବା ପରେ ଏବେ ସ୍ବିଟି ବୁରା ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ୮୧ କିଲୋଗ୍ରାମ ଓଜନ ବର୍ଗର ଫାଇନାଲରେ ଚାଇନାର ଓ୍ବାଙ୍ଗ ଲିନାଭ୍କୁ ପରାସ୍ତ କରିଛନ୍ତି। ସେ ୪-୩ ପଏଣ୍ଟରେ ଲିନାଙ୍କୁ ହରାଇଛନ୍ତିି।
ଚାଇନାର ୱାଙ୍ଗ ଲିନାଙ୍କ ବିପକ୍ଷ ମ୍ୟାଚ୍ର ପ୍ରଥମ ରାଉଣ୍ଡରୁ ହିଁ ସ୍ୱିଟି ଆଟାକିଂ ମୁଡକୁ ଚାଲି ଆସିଥିଲେ। ସେ ପଞ୍ଚ ପରେ ପଞ୍ଚ ମାରି ୱାଙ୍ଗକୁ ଘାଇଲା କରିଥିଲେ। ଏହି ରାଉଣ୍ଡକୁ ସେ ଗୋଟିଏ ପଏଣ୍ଟ ବ୍ୟବଧାନରେ ବାଜିମାତ କରିଥିଲେ। ତେବେ ଦ୍ୱିତୀୟ ରାଉଣ୍ଡରେ ୱାଙ୍ଗ କମବ୍ୟାକ କରି ସ୍ୱିଟିଙ୍କୁ ପଞ୍ଚ ଠିକ ସ୍ଥାନରେ ଲ୍ୟାଣ୍ଡ କରିବାକୁ ଦେଇ ନଥିଲେ। ଏହି ରାଉଣ୍ଡରେ ସ୍ୱିଟି ସାମାନ୍ୟ ବ୍ୟାକଫୁଟରେ ରହିଥିଲେ। ତଥାପି ୩-୨ରେ ସେ ଏହାକୁ ଜିତି ନେଇଥିଲେ।
୩ୟ ରାଉଣ୍ଡରେ ସେ ପୁଣି ନିଜର ଦକ୍ଷତା ସମସ୍ତଙ୍କୁ ଦେଖାଇଥିଲେ। ରେଜଲ୍ଟ ଘୋଷଣା ହେବା ପୂର୍ବରୁ ଚାଇନା କୋଚ୍ ରିଭ୍ୟୁ ନେଇଥିଲେ। କିନ୍ତୁ ରିଭ୍ୟୁ ବିଫଳ ହେବା ସହ ଭାରତର ସ୍ୱିଟି ଗୋଟିଏ ପଏଣ୍ଟ ବ୍ୟବଧାନରେ ବିଶ୍ୱ ବିଜେତାର ଆଖ୍ୟା ପାଇଥିଲେ।
ଲିନାଙ୍କ ପୂର୍ବରୁ ୪୮ କେଜି ବର୍ଗରେ ନୀତୁ ଘଂଘାସ ଭାରତ ପାଇଁ ସ୍ୱର୍ଣ୍ଣ ପଦ ଜିତିଥିଲେ। ଏବେ ସ୍ୱିଟି ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଛନ୍ତି। ସ୍ୱିଟି ୭ମ ଭାରତୀୟ(ଉଭୟ ପୁରୁଷ ଓ ମହିଳା) ଭାବେ ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ଜିତିବାକୁ ସକ୍ଷମ ହୋଇଛନ୍ତି।
Powered by Froala Editor