ଏତିକି କରନ୍ତୁ, ଏସିଡିଟିରୁ ମିଳିବ ମୁକ୍ତି
ନୂଆଦିଲ୍ଲୀ: ଘରେ ଘରେ ଏବେ ଏସିଡିଟି ରୋଗୀ । ଆଧୁନିକ ଜୀବନଶୈଳୀ, ଖାଇବା ପିଇବା ବ୍ୟତିକ୍ରମ ଓ ସଠିକ୍ ସମୟରେ ବିଶ୍ରାମ ଅଭାବ ଯୋଗୁ ଅନେକ ଲୋକେ ଏହି ରୋଗର ଶିକାର । ଏଥିଯୋଗୁଁ ସେମାନେ ବିଭିନ୍ନ ସମସ୍ୟାରେ ପଡ଼ନ୍ତି । କେତେବେଳେ ପେଟ ଦରଜ ହୁଏ ତ ଆଉ କେତେବେଳେ ବାନ୍ତି ହୋଇଥାଏ । ବେଳେବେଳେ ଏପରି ଅସୁସ୍ଥ ଅନୁଭବ କରୁ ଯେ ଡାକ୍ତରଖାନା ଯିବାକୁ ବାଧ୍ୟ ହେଉ । ତେବେ ଯେଉଁମାନଙ୍କ ଏସିଡିଟି ଥିବ ସେମାନେ କଫି ପିଇବା ଆଦୌ ଉଚିତ୍ ନୁହେଁ । ଯଥା ସମ୍ଭବ ଏହାଠୁ ଦୂରେଇ ରହିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । କାରଣ କଫି ପିଇବା ଦ୍ୱାରା ଆମର ଏସିଡିଟି ଅଧିକ ହୋଇଥାଏ ।
କିଛି ଘରୋଇ ଉପାୟ ଆପଣାଇ ମଧ୍ୟ ଏଥିରୁ ମୁକ୍ତି ପାଇପାରିବେ । ସକାଳୁ ଉଠି ଜିରା ପାଣି ପିଇଲେ ଏଥିରୁ ଉପଶମ ମିଳିଥାଏ । ସେହିପରି କିଛି ବ୍ୟାୟାମ ଓ ଉଷୁମ ପାଣି ପିଇବାକୁ କୁହାଯାଇଛି । ସ୍ୱାସ୍ଥ୍ୟ ଗବେଷକମାନଙ୍କ କହିବାନୁଯାୟୀ ଜୀବନଶେଳୀରେ ସାମାନ୍ୟ ପରିବର୍ତ୍ତନ ଆଣିଲେ ଏହି ସମସ୍ୟାକୁ ଦୂରେଇ ଦେଇ ହେବ ।
ଖାଇବା ଉପରେ ଧ୍ୟାନ ରଖିବାକୁ କୁହାଯାଇଛି । ଅଳ୍ପ ଅଳ୍ପ କରି ଅଧିକ ଥର ଖାଆନ୍ତୁ । ଏକାଥରେ ପେଟପୂରା ଖାଇଲେ ଏସିଡିଟି ହେବାର ସମ୍ଭାବନା ରହିଛି । ଉଚ୍ଚ ପିଏଚ୍ ସ୍ତର ଥିବା ଖାଦ୍ୟ ଖାଇବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଶୋଇବାର ଏକ ସମୟ ନିର୍ଦ୍ଧାରଣ କରିବାକୁ ହେବ । ଏହାଛଡ଼ା ଅନେକ ବ୍ୟକ୍ତି ରହିଛନ୍ତି ଯେଉଁମାନେ ରାତିରେ ଖାଇବା ପରେ ସଙ୍ଗେ ସଙ୍ଗେ ପାଣି ପିଇଥାନ୍ତି । ଏଥିଯୋଗୁ ମଧ୍ୟ ଗ୍ୟାସ୍ ବା ଏସିଡିଟି ହୋଇଥାଏ । ତେଣୁ ଖାଇବାର ୩୦ ମିନିଟ୍ ପରେ ପାଣି ପିଇବାକୁ ଡାକ୍ତରମାନେ ପରାଶର୍ମ ଦେଇଛନ୍ତି ।
Powered by Froala Editor