ଖୋଲିଲା ଗୁମର, କାହିଁକି ରାନୀ ମୁଖାର୍ଜୀଙ୍କୁ ବିବାହ କଲେନି ଅଭିଶେକ ବଚ୍ଚନ ଜାଣନ୍ତୁ ପୂରା କାରଣ...
ମୁମ୍ବାଇ: ବଲିଉଡ୍ରେ ଏକଦା ହିଟ୍ ଯୋଡ଼ି ଭାବେ ପରିଚିତ ଥିଲେ ରାନୀ ମୁଖାର୍ଜୀ ଓ ଅଭିଶେକ ବଚ୍ଚନ । ଉଭୟଙ୍କ କେମେଷ୍ଟ୍ରି ବି ମ୍ୟାଚ୍ କରୁଥିଲା । ପରଦା ଉପରେ ଦର୍ଶକ ଏହି ଯୋଡ଼ିକୁ ଦେଇଥିଲେ ଢେର୍ ସାରା ଭଲ ପାଇବା । ରିଲ୍ ଲାଇଫ୍ରେ ସଫଳତା ମିଳିବା ପରେ ଉଭୟ ରିଅଲ୍ ଲାଇଫ୍ରେ ଏକାଠି ହେବାକୁ କଥାବର୍ତ୍ତା ଚାଲିଥିଲା । ସେତେବେଳେ ଏହାକୁ ନେଇ ବଲିଉଡ୍ ଇଣ୍ଡଷ୍ଟ୍ରି ବେଶ୍ ସରଗରମ ହୋଇଥିଲା । ଢେର୍ ଚର୍ଚ୍ଚା ଶୁଣିବାକୁ ମିଳିଥିଲା । ହେଲେ ହଠାତ୍ ସବୁ କିଛି ଓଲଟପାଲଟ ହୋଇଗଲା । ଅଭିଶେକ ରାନୀଙ୍କ ପରିବର୍ତ୍ତେ ଐଶ୍ୱର୍ଯ୍ୟା ରାୟଙ୍କ ହାତ ଧରିଲେ । ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା । ଇତିମଧ୍ୟରେ ବେଶ୍ କିଛି ବର୍ଷ ବିତିଗଲାଣି । ଉଭୟ ଏବେ ଅଲଗା ହୋଇ ଘର ସଂସାର କଲେଣି । ଏବେ ଏହି ଘଟଣା ଉପରୁ ପରଦା ହଟିଛି । ଖୋଲିଛି ଗୁମର ।
ଏହି ସମ୍ପର୍କ ଭାଙ୍ଗିବାର କାରଣ ସାଜିଥିଲେ ଅଭିଶେକ ବଚ୍ଚନଙ୍କ ମା' ଜୟା ବଚ୍ଚନ । କୁହାଯାଏ ରାନୀଙ୍କ ଗୋଟେ କିସ୍ ସିନ୍ ହିଁ ଜୟାଙ୍କୁ କ୍ରୋଧିତ କରିଥିଲା । ଫଳରେ ବିବାହ ଅଟକି ଥିଲା । ରାନୀ ମୁଖାର୍ଜୀ ଏବଂ ଅମିତାଭ ବଚ୍ଚନ ‘ବ୍ଲାକ୍' ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ । ଏହି ଫିଲ୍ମର ଶେଷରେ ରାନୀ ମୁଖାର୍ଜୀ ଅମିତାଭ ବଚ୍ଚନଙ୍କୁ ଚୁମ୍ବନ ଦେବାକୁ ଥିଲା । ସଞ୍ଜୟ ଲୀଲା ଭଂସାଲୀଙ୍କ ଏହି ଚଳଚ୍ଚିତ୍ରରେ ସବୁକିଛି ଠିକ୍ ଠାକ୍ ଥିଲା, କିନ୍ତୁ ଏହି ଶେଷରେ ଲିପ୍ କିସ୍ ସିନ୍ ଉପରେ ଜୟା ବଚ୍ଚନ ଆପତ୍ତି ଉଠାଇ ଥିଲେ । ସେ ଚାହୁଁ ନଥିଲେ ଯେ ତାଙ୍କ ଭବିଷ୍ୟତର ବୋହୂ ଶ୍ୱଶୁରଙ୍କୁ ଚୁମ୍ବନ ଦିଅନ୍ତୁ ବୋଲି । କିନ୍ତୁ ରାନୀ ମୁଖାର୍ଜୀ ଏହି ଦୃଶ୍ୟ ପାଇଁ ପ୍ରସ୍ତୁତ ଥିଲେ । ଆଉ ଏହି କାରଣ ପାଇଁ ରାନୀଙ୍କ ଉପରେ ଖପ୍ପା ହୋଇଥିଲେ ଜୟା । ପୁଅ ଅଭିଶେକ ସହିତ କୌଣସି ପରିସ୍ଥିତିରେ ବିବାହ ହୋଇପାରିବନି ବୋଲି ରୋକ୍ଠୋକ୍ ଶୁଣାଇ ଥିଲେ । ଏହାପରେ ଦୁଇ ଜଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଏହା ଭିତରେ ଅଭିଶେକଙ୍କ ଜୀବନରେ ଏଣ୍ଟ୍ରି ମାରିଥିଲେ ଐଶ୍ୱର୍ଯ୍ୟା । ଆଉ ସେ ସଫଳ ହୋଇଥିଲେ । ବଚ୍ଚନ ପରିବାରର ବୋହୂ ହେବାରେ ସଫଳ ହୋଇଥିଲେ ।
Powered by Froala Editor