୨ ବର୍ଷର ଦ୍ୱନ୍ଦ୍ୱ ଶେଷ : ବିସ୍ଲେରୀର ନୂଆ ମାଲିକ ଜୟନ୍ତୀ ଚୌହ୍ୱାନ
ବିସ୍ଲେରୀର ନୂଆ ମାଲିକ ହେବେ ୪୨ ବର୍ଷୀୟା ଜୟନ୍ତୀ ଜୟନ୍ତୀ ଚୌହ୍ୱାନ । ପ୍ରାୟ ୨ ବର୍ଷ ହେଲା ବିସଲେରୀର ମାଲିକାନା ସତ୍ତ୍ୱକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିବାବେଳେ ଜୟନ୍ତୀ ଏହାର ଦାୟିତ୍ୱ ନେବାକୁ ରାଜି ହୋଇଛନ୍ତି । ସୂଚନା ଅନୁଯାୟୀ, କଂପାନିକୁ ବର୍ତ୍ତମାନର ମାଲିକ ରମେଶ ଚୌହ୍ବାନ ସମ୍ଭାଳି ପାରୁନାହାନ୍ତି। ଏବେ ତାଙ୍କ ଝିଅ ଜୟନ୍ତୀ ଚୌହ୍ବାନ ସମ୍ଭାଳିବେ।
ବିସ୍ଲେରୀକୁ ୧୦୦ କୋଟି ଡଲାରରୁ ଅଧିକ ଦାମ୍ରେ କିଣିବା ଲାଗି ଏହାର ସତ୍ତ୍ବାଧିକାରୀଙ୍କ ସହ ଟାଟା ଗ୍ରୁପ୍ ଆଲୋଚନା କରୁଥିଲା। ମାତ୍ର ମୁଲଚାଲ ଠିକ୍ ଦିଗରେ ଗତି ନକରିବାରୁ ଆଲୋଚନାକୁ ଅଟକାଇ ଦିଆଯିବା ପରେ ରମେଶ ଚୌହ୍ବାନଙ୍କ ଚିନ୍ତା ବଢ଼ିଥିଲା। ଟାଟା ଗ୍ରୁପ୍ ପ୍ରାୟ ୨ ବର୍ଷ ତଳୁ ବିସ୍ଲେରିକୁ କିଣିବାକୁ କଥା ହୋଇଥିଲା। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ କଥାରୁ ଓହରି ଯାଇଥିଲା ଟାଟା। ଅନ୍ୟପଟେ ଝିଅ ଜୟନ୍ତୀ ଏହାର ଦାୟିତ୍ୱ ନେବାକୁ ରାଜି ହେଉନଥିଲେ । ଶେଷରେ ବାପାଙ୍କ ଇଚ୍ଛାକୁ ସମ୍ମତି ଜଣାଇ ଏହାର ଦାୟିତ୍ୱ ନେବାକୁ ରାଜି ହୋଇଛନ୍ତି ।
ରମେଶ ଚୌହ୍ବାନଙ୍କ ପାର୍ଲେ ଗ୍ରୁପ୍ ୧୯୬୯ରେ ଜଣେ ଇଟାଲୀୟ ଉଦ୍ୟୋଗୀଙ୍କଠାରୁ ବିସ୍ଲେରୀକୁ କିଣିଥିଲା। ଭାରତର ପାନୀୟ ଜଳ ବୋତଲ ବଜାରର ୬୦ ପ୍ରତିଶତ ବିସ୍ଲେରୀର କବ୍ଜାରେ ରହିଛି।
Powered by Froala Editor