ଶୋଇବା ବେଳେ ପାଣି ପିଉଛନ୍ତି କି, କରନ୍ତୁନି ଏଭଳି ଭୁଲ୍...

ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଶୋଇବା ବେଳେ ପେଟ ଭର୍ତ୍ତି କରି ପାଣି ପିଅନ୍ତି । ସେମାନଙ୍କ ଭାବନା ଯେ, ପାଣି ପିଇଲେ ସ୍ୱାସ୍ଥ୍ୟ ଠିକ୍ ରହିଥାଏ । ମାତ୍ର ଏଭଳି କରିବା ସମ୍ପର୍ଣ୍ଣ ଭାବେ ଭୁଲ୍ ବୋଲି ଡାକ୍ତରମାନେ କହିଛନ୍ତି । ଏହାଦ୍ୱାରା ଆପଣ ଅନେକ କିଛି ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ି ପାରନ୍ତି । ମେଦ ବହୁଳତା, ଉଚ୍ଚ ରକ୍ତଚାପ, କୋଲେଷ୍ଟେରୋଲ୍ ସମସ୍ୟା ସୃଷ୍ଟି ହୋଇଥାଏ । ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ପାଣି ପିଇବା ଦରକାର ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏଭଳି ଅଭ୍ୟାସ ଜାରି ରଖିବେ ଶରୀର ଠିକ୍ ରହିଥାଏ । ସ୍ୱାସ୍ଥ୍ୟ ପ୍ରତି ବେଶ୍ ଲାଭ ଦାୟକ ମଧ୍ୟ।
ଶରୀର ଲାଗି ପାଣିର ଯଥେଷ୍ଟ ଆବଶ୍ୟକତା ରହିଛି । ଏହା ଖାଦ୍ୟ ହଜମ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରେ । ରକ୍ତ ସନ୍ତୁଳନ ମଧ୍ୟ କରିଥାଏ । ହେଲେ ଏହାର ସଠିକ୍ ସମୟ ରହିଛି । ଦିନକୁ କେତେ ପରିମାଣର ପାଣି ପିଇବା ଆବଶ୍ୟକ ତାହା ମଧ୍ୟ ଜାଣି ରଖିବା ଉଚିତ୍ । ନଚେତ୍ ଏହା ସ୍ୱାସ୍ଥ୍ୟ ପ୍ରତି ହାନୀକାରକ ହୋଇପାରେ । ଜାଣନ୍ତୁ କିଭଳି ଓ କେଉଁ ସମୟରେ ପାଣି ପିଇବେ...
-ଶୋଇବାର ୧ ଘଣ୍ଟା ପୂର୍ବରୁ ପାଣି ପିଇବା ଉଚିତ୍ । ଏହାଦ୍ୱାରା ମାଇଗ୍ରେନ ସହ ମୁଣ୍ଡ ବିନ୍ଧା ସମସ୍ୟା ଦୂର ହୋଇଥାଏ ।
-ରାତିରେ ଶୋଇବା ପୂର୍ବରୁ ଅଧିକ ପରିମାଣରେ ପାଣି ପିଇବା ଠିକ୍ ନୁହେଁ । ପେଟ ଭର୍ତ୍ତି କରି ପାଣି ପିଇବା ଦ୍ୱାରା ବାରମ୍ବାର ପରିସ୍ରା ଲାଗିଥାଏ । ଫଳରେ ନିଦ ଭଲରେ ହୋଇନଥାଏ । ଭରପୁର ନିଦ ନହେଲେ ହୃଦ୍ରୋଗ ଭଳି ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଯଥେଷ୍ଟ ଅଧିକ ।
-ଶୋଇବା ବେଳେ ପାଣି ପିଇଲେ ମେଦବୃଦ୍ଧି, ଉଚ୍ଚ ରକ୍ତଚାପ, କୋଲେଷ୍ଟେରୋଲ୍ ସମସ୍ୟା ସୃଷ୍ଟି ହୋଇଥାଏ ।
-ରାତିରେ ଶୋଇବାର ୨ ଘଣ୍ଟା ପୂର୍ବରୁ ପାଣି ପିଇବା ଦରକାର । ଏହାସ୍ୱାସ୍ଥ୍ୟ ପାଇଁ ଉପକାରୀ ହେବା ସହ ରକ୍ତ ସଞ୍ଚାଳନ ସଠିକ୍ ଭାବେ ହୋଇଥାଏ । ବଦହଜମି, ଏସିଡିଟି, ବ୍ୟସ୍ତ ବିବ୍ରତ ଆଦି ସମସ୍ୟା ଦୂର ହୋଇଥାଏ ବୋଲି ଡାକ୍ତରମାନେ କହିଛନ୍ତି । ତେଣୁ ଏହି ଉପାୟ ଅବଲମ୍ବନ କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।
Powered by Froala Editor