୧୧.୩୦ ଯାଏଁ ଗୃହ ମୁଲତବୀ
ଭୁବନେଶ୍ୱର: ଶନିବାର ବିଧାନସଭା ଆରମ୍ଭରୁ ହିଁ ହୋହାଲ୍ଲା ଓ ହଟ୍ଟଗୋଳ । ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ବିରୋଧୀ ଦଳ ସଦସ୍ୟମାନେ ଗୃହରେ ନାରାବାଜି କରିଥିଲେ । ବିଧାୟକ ଲକ୍ଷ୍ମଣ ମୁଣ୍ଡା କୋଇଡ଼ା ବିଡିଓଙ୍କ ବଦଳି ଦାବି କରିଥିଲେ । ଯାହାକୁ ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟମାନେ ସମର୍ଥନ କରିଥିଲେ । ଏପରିକି ବିରୋଧ ଦଳ ସଦସ୍ୟମାନେ ବାଚସ୍ପତିଙ୍କ ପୋଡ଼ିୟମ ପାଖକୁ ଯାଇ ନାରାବାଜି କରିଥିଲେ । ଗୋଟିଏ ପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନର ଉତ୍ତର ପର୍ଯ୍ୟଟନ ମନ୍ତ୍ରୀ ଦେଉଥିବାବେଳେ ଅନ୍ୟପଟେ ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟମାନେ ବାଚସ୍ପତିଙ୍କ ପୋଡ଼ିୟମ ପାଖକୁ ଯାଇ ନାରାବାଜି କରିଥିଲେ । ଯାହାକୁ ଦୃଷ୍ଟିରେ ରଖି ବାଚସ୍ପତି ଗୃହ କାର୍ଯ୍ୟକୁ ୧୧.୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।
Powered by Froala Editor