ମା’ ହେବାକୁ ଯାଉଛନ୍ତି ଇଶିତା
ଦୃଶ୍ୟମ୍-୨ରେ ନିଜ ଅଭିନୟର ଯାଦୁ ଦେଖାଇଥିବା ଇଶିତା ଦତ୍ତ ବିବାହର ୬ ବର୍ଷ ପରେ ସେ ମା' ହେବାକୁ ଯାଉଛନ୍ତି। ସେଲିବ୍ରିଟି ଫଟୋଗ୍ରାଫର ଭାଇରାଲ ଭାୟାନି ଏହି ଭିଡିଓକୁ ତାଙ୍କ ଇନଷ୍ଟା ଅଫିସିଆଲ ଆକାଉଣ୍ଟରେ ସେୟାର କରିଛନ୍ତି। ଭାୟାନି କ୍ୟାପସନରେ ଲେଖିଛନ୍ତି-'ଇଶିତା ଶୀଘ୍ର ମା ହେବାକୁ ଯାଉଛନ୍ତି। ଇଶିତାଙ୍କ ଗର୍ଭବତୀ ହେବାର ଖବର ଆସିବା ପରେ ପ୍ରଶଂସକମାନେ ମଧ୍ୟ କମେଣ୍ଟ ମାଧ୍ୟମରେ ତାଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଛନ୍ତି।
ଇଶିତା ଶିଙ୍ଘମରେ ଅଜୟ ଦେବଗନଙ୍କ ସହ ଅଭିନୟ କରିଥିଲେ । ତାଙ୍କ ଅଭିନୟ ପାଇଁ ସେ ବେଶ୍ ପରିଚିତ ହୋଇପାରିଥିଲେ । ସିଙ୍ଘମ ପରଠୁ ତାଙ୍କର ଫ୍ୟାନ ଫଲୋର୍ସ ବଢିଥିଲେ । ତେବେ ସେ ନିଜେ ଏ ବିଷୟରେ କିଛି ସୂଚନା ଦେଇନାହାନ୍ତି । ତଥାପି ପ୍ରଶଂସକ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି ।
Powered by Froala Editor