ବଡ଼ ଖବର: ଡ୍ରାଇଭର ଆନ୍ଦୋଳନ ଜାରି ରହିବ
ଭୁବନେଶ୍ୱର: ଏବେର ସବୁଠୁ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ରାଜ୍ୟରେ ଡ୍ରାଇଭର ଆନେ୍ଦାଳନ ଜାରି ରହିବ । ଗତ ଦୁଇ ଦିନ ଡ୍ରାଇଭରଙ୍କ ଆନେ୍ଦାଳନ ପରେ ଆଜି ପ୍ରତ୍ୟାହୃତ ହେବା ନେଇ ଯେଉଁ ଆଶା କରାଯାଉଥିଲା ସେଥିରେ ଫସର ଫାଟିଯାଇଛି । କାରଣ ରାଜ୍ୟରେ ଡ୍ରାଇଭର ଆନେ୍ଦାଳନ ଜାରି ରହିବା ନେଇ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେନ୍ଦୁଲି ସୂଚନା ଦେଇଛନ୍ତି ଏକ ଭିଡିଓ ରିଲିଜ ଜରିଆରେ ସେ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଆନେ୍ଦାଳନ ଜାରି ରହିଛି ଓ ଆଗକୁ ମଧ୍ୟ ଜାରି ରହିବ । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଗତକାଲି ଦେଇଥିବା ଲିଖିତ ପ୍ରତିଶ୍ରୁତିରେ ସଂଘର ସଦସ୍ୟ ଖୁସି ନଥିବା ଶ୍ରୀ ମେନ୍ଦୁଲି କହିଛନ୍ତି । ସଂଘର ଦାବି ପୂରଣ ନେଇ ସରକାର ଘୋଷଣା ନକରିବା ଯାଏଁ ଆନେ୍ଦାଳନ ଚାଲୁ ରଖାଯିବ ବୋଲି ସେ କହିଛନ୍ତି ।
ପ୍ରକାଶ ଯେ ଡ୍ରାଇଭର ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଷ୍ଟିୟରିଂ ଛାଡ ଆନ୍ଦୋଳନ ଜାରି ରହିଛି। ଏହାକୁ ନେଇ ଗୁରୁବାର ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଡ୍ରାଇଭର ଏକତା ମହାସଂଘର ବରିଷ୍ଠ ଅଧିକାରୀ ଓ ସଦସ୍ୟ ଯୋଗ ଦେଇଥିଲେ। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସହ ଡ୍ରାଇଭର ଏକତା ମହାସଂଘର କର୍ମକର୍ତ୍ତା ଆଲୋଚନା କରିଥିଲେ। ଆସନ୍ତା ୩ ମାସ ମଧ୍ୟରେ ଡ୍ରାଇଭର ଏକତା ମହାସଂଘର ଦାବିଗୁଡିକୁ ପୂରଣ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏ ନେଇ ଡ୍ରାଇଭର ସଂଘର ଆବାହକଙ୍କୁ ଚିଠି କରାଯାଇଛି।
ସୂଚନାଯୋଗ୍ୟ, ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଯୋଗୁ ୩ ଦିନ ହେଲା ପରିବହନ ବ୍ୟବସ୍ଥା ଠପ୍ ହୋଇ ଯାଇଛି। ଫଳରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚି ପାରୁ ନ ଥିବାରୁ ଏହାର ଦର କ୍ଷୀପ୍ର ବେଗରେ ବଢ଼ିବାକୁ ଲାଗିଲାଣି। ଏଥିଯୋଗ ସାଧାରଣ ଲୋକେ ଅସ୍ତବ୍ୟସ୍ତ ହୋଇ ପଡ଼ିଲେଣି। ଗତ ୩ ଦିନ ହେଲା ୧୦ ଦଫା ଦାବି ପୂରଣ ନିମନ୍ତେ ଡ୍ରାଇଭର ମହାସଂଘ ପକ୍ଷରୁ ଧାରଣା ଦିଆଯାଇଥିବାରୁ ଅବସ୍ଥା ଅସମ୍ଭାଳ ହେଲାଣି। ପରିବା ମାର୍କେଟ ଖାଁ ଖାଁ ହୋଇ ସାରିଥିବା ବେଳେ ପେଟ୍ରୋଲ ଟାଙ୍କି ବି ଶୁନଶାନ ।
Powered by Froala Editor