ମାସକୁ ୨ ଲକ୍ଷ ଦରମା ନିଅନ୍ତି ଅମ୍ବାନୀଙ୍କ ରୋଷେୟା
ମୁକେଶ ଅମ୍ବାନୀଙ୍କ ଘର ଦେଖିଲେ ଆଖି ଖୋସିହୋଇଯିବ । ଅଧିକାଂଶ ଲୋକଙ୍କ ଇଚ୍ଛା ଅମ୍ବାନୀ ପରିବାର କିପରି ରୁହନ୍ତି । କେମିତି ସେମାନଙ୍କ ଜୀବନଶୈଳୀ । ହେଲେ ଜଣାଇଦେବାକୁ ଚାହୁଁଛୁ ଯେ, ଅମ୍ବାନୀ ପରିବାର ଯେତେ ଧନୀ ହେଲେ ବି ବହୁତ ସାଧାରଣ ଜୀବନଯାପନ କରନ୍ତି । ବିଶେଷ କରି ମୁକେଶ ଅମ୍ବାନୀ ସାଧାରଣ ଖାଦ୍ୟଶୈଳୀକୁ ବେଶ ପସନ୍ଦ କରନ୍ତି । ଏସବୁ ଜାଣିବା ପରେ ଆପଣ ଭାବୁଥିଲେ ଅମ୍ବାନୀଙ୍କ କୁକ୍ ମାନେ ରୋଷେୟା ନିଶ୍ଚୟ ଖାସ ହୋଇଥିବ । ହଁ ଏ କଥା ସତ । ତାଙ୍କ ରୋଷେୟା ବିଶେଷ ଭାବେ ସମସ୍ତଙ୍କ ଖାଦ୍ୟ ପାନୀୟର ଧ୍ୟାନ ଦେଇଛନ୍ତି । ଏଥିପାଇଁ ସେ ମାସକୁ ୨ ଲକ୍ଷ ଟଙ୍କା ପାରିଶ୍ରମିକ ବି ନେଇଥାନ୍ତି ।
ମୁକେଶ ଅମ୍ବାନୀ ପ୍ରାୟତଃ ଭାତ,ଡାଲି, ରୁଟି ଓ ଋତୁ ଅନୁଯାୟୀ ମିଳୁଥିବା ପନିପରିବାର ତରକାରୀ ଓ ଭଜା ଇତ୍ୟାଦି ଖାଇବାକୁ ଭଲ ପାଆନ୍ତି। ସେହିପରି ପ୍ରତିଦିନ ମୁକେଶ ଅମ୍ବାନୀ ଫଳ ଖାଇ ଥାଆନ୍ତି। ମୁକେଶ ଅଧିକାଂଶ ସମୟରେ ଥାଇ ଖାଦ୍ୟକୁ ପସନ୍ଦ କରନ୍ତି। ତାଙ୍କ ଘରେ ଦକ୍ଷିଣ ଭାରତୀୟ ଖାଦ୍ୟ ବି ପ୍ରସ୍ତୁତ ହୋଇଥାଏ। ମୁକେଶ ତାଙ୍କ ରୋଷେୟାଙ୍କୁ ପ୍ରତିମାସରେ ୨ଲକ୍ଷ ଟଙ୍କା ଦେଇଥାଆନ୍ତି। ସେହିପରି ତାଙ୍କ ଗାଡ଼ି ଚାଳକଙ୍କ ଦରମା ବି ୨ଲକ୍ଷ ଟଙ୍କା ଥିବା ୨୦୧୭ରେ ପ୍ରକାଶ ପାଇଥିବା ଖବରରୁ ସାମ୍ନାକୁ ଆସିଥିଲା।
Powered by Froala Editor