ସୁଟିଂରୁ ଛୁଟି ନେଇ ପତ୍ନୀଙ୍କୁ ଲୋନାବଲା ବୁଲାଉଛନ୍ତି ସୋଏବ
ଖୁବ୍ ଶୀଘ୍ର ମାଆ ହେବାକୁହେବାକୁ ଯାଉଛନ୍ତି ଅଭିନେତ୍ରୀ ଦୀପିକା କକ୍କର । ସେ ତାଙ୍କର ଗର୍ଭକାଳୀନ ସମୟକୁ ଉପଭୋଗ କରୁଛନ୍ତି। ଦୀପିକାଙ୍କର ଏହି ଜଟିଳ ସମୟରେ ତାଙ୍କ ସ୍ବାମୀ ତଥା ଅଭିନେତା ସୋଏବ୍ ଇବ୍ରାହିମ୍ ତାଙ୍କର ଖୁବ୍ ଧ୍ୟାନ୍ ରଖୁଛନ୍ତି। ସୋଏବ୍ଙ୍କୁ ନିଜ ସୁଟିଂରୁ ୨ ଦିନ ଛୁଟି ମିଳିଥିବା ଅବସରରେ ସେ ତାଙ୍କ ପତ୍ନୀଙ୍କୁ ବୁଲେଇବାକୁ ଲୋନାବଲା ନେଇଯାଇଛନ୍ତି। ଲୋନାବଲାରେ ଉଭୟ ପତି-ପତ୍ନୀ ସେମାନଙ୍କ ରୋମାଣ୍ଟିକ୍ ମୁହୂର୍ତ୍ତ ବିତାଉଛନ୍ତି। ସେମାନେ ଏହି ମୁହୂର୍ତ୍ତର ଝଲକ୍ ତାଙ୍କର ପ୍ରଶଂସକମାନଙ୍କ ସହ ସେୟାର୍ କରିଛନ୍ତି। ପ୍ରଶଂସକମାନେ ଦମ୍ପତିଙ୍କୁ ଶୁଭେଚ୍ଛା ଦେବା ସହ ଶିଶୁକୁ ଭଲପାଇବା ଦେଇଛନ୍ତି।
ଦୀପିକା ଗର୍ଭବତୀ ଥିବା ସମୟରେ ସୋଏବ ତାଙ୍କର ସବୁ ଇଚ୍ଛାକୁ ପୂରଣ କରୁଛନ୍ତି ।ରବିବାର ରାତିରେ ଦୀପିକାଙ୍କୁ ସ୍ବାମୀ ସୋଏବ ଓ ଶାଶୂଙ୍କ ସହ ଦେଖିବାକୁ ମିଳିଥିଲା।
Powered by Froala Editor