ଭର୍ତ୍ତୃହରି ମହତାବ ଜଣେ ଦକ୍ଷ ନେତା: ଜୟନାରାୟଣ
ଭୁବନେଶ୍ୱର: ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଜଣେ ଦକ୍ଷ ନେତା । ଲୋକସଭାରେ ତାଙ୍କର ପରଫରମାନ୍ସ ଭଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସଂସଦରେ ଉପବାଚସ୍ପତି କରିବାକୁ ଚାହୁଁଥିଲେ । ତେବେ ତାଙ୍କ ଦଳରୁ ତାଙ୍କୁ ବିରୋଧ କରାଗଲା । ଯାହା ଫଳରେ ଭର୍ତ୍ତୃହରି ମହତାବ ପଦ ପାଇଲେ ନାହିଁ । ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ଏଭଳି କହି ବିଜେଡିକୁ ତେରଛା ବାଣ ମାରିଛନ୍ତି । ଏକ ପୁସ୍ତକ ଉନ୍ମୋଚନ ଅବସରରେ ଶ୍ରୀ ମହତାବଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିବା ପ୍ରସଙ୍ଗରେ ଜୟନାରାୟଣ ମିଶ୍ର ଏହା କହିଛନ୍ତି ।
ଅନ୍ୟପକ୍ଷରେ ଭର୍ତ୍ତୃହରି ମହତାବ ଜଣେ ଜ୍ଞାନୀ ଲୋକ ବୋଲି କଂଗ୍ରେସର କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ କହିଛନ୍ତି ।
ସେ କହିଛନ୍ତି ଯେ ମୁଁ କଟକ ବାରବାଟୀ ବିଧାୟକ ଭାବେ କହିବି ଭର୍ତ୍ତୃହରି ମହତାବ ଜଣେ ଜ୍ଞାନୀ ଲୋକ । ସେ ୬ଥର କଟକରୁ ନିର୍ବାଚିତ । ଏହାଛଡ଼ା ଦିଲ୍ଲୀରେ ଉଚ୍ଚ ପଦରେ କାମ କରୁଛନ୍ତି । ଆମର ଅଭ୍ୟାସ ଯିଏ ଉପରକୁ ଉଠିବାକୁ ଚେଷ୍ଟା କରେ ତାକୁ ତଳକୁ ଟାଣିବା । ଏହା ରାଜନୀତି ଓ ସାମାଜିକ କ୍ଷେତ୍ରରେ ଶୋଭା ନାଏ ନାହିଁ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜଣେ ଜ୍ଞାନୀ ଲୋକଙ୍କୁ ପ୍ରଶଂସା କରିବାରେ ଅସୁବିଧା ନାହିଁ । ଯେଉଁମାନେ ଏହା ସହ୍ୟ କରିପାରୁନାହାନ୍ତି ସେମାନେ ବିରୋଧ କରିବେ । ତେବେ ଏହା ବିଜେଡିର ଆଭ୍ୟନ୍ତରୀଣ ବ୍ୟାପାର ବୋଲି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ କହିଛନ୍ତି ।
Powered by Froala Editor