ମାଟ୍ରିକ ପରୀକ୍ଷା ଦେବାକୁ ଆସିଥିଲେ, ବିନ୍ଧିଲା ମହୁମାଛି
ହରିଚନ୍ଦନପୁର : ମାଟ୍ରିକ ପରୀକ୍ଷା ଦେବାକୁ ଆସିଥିବା ବେଳେ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ଗେଟ୍ ଭିତରେ ପ୍ରବେଶ କରୁଥିବା ବେଳେ ମହୁମାଛି ଆକ୍ରମଣରେ ପାଖାପାଖି ୫୦ ଅଧିକ ପରୀକ୍ଷାର୍ଥୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ବହୁ କଷ୍ଟରେ ପରୀକ୍ଷା ଦେବା ପରେ ଗୁରୁତର ପରୀକ୍ଷାର୍ଥୀଙ୍କୁ ହରିଚନ୍ଦନପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯିବା ପରେ ଘରକୁ ଫେରିଛନ୍ତି ।
ମିଳିଥିବା ସୂଚନା ମୁତାବିକ, ଆଜି ମାଟ୍ରିକ ସମେଟିଭ-୨ ପରୀକ୍ଷାର ଦ୍ୱିତୀୟ ଦିନ ଥିଲା । ଦ୍ୱିତୀୟ ଭାଷା ଇଂରାଜୀ ପରୀକ୍ଷା ଦେବାକୁ ପରୀକ୍ଷାର୍ଥୀମାନେ ସରକାରୀ ବାଳିକା ହାଇସ୍କୁଲ ପରୀକ୍ଷା କେନ୍ଦ୍ର ଆସିଥିଲେ । ଏହି ସ୍କୁଲ ନିକଯଷର ଥିବା ହରିଚନ୍ଦନପୁର ରାଜସ୍ୱ ନିରୀକ୍ଷକଙ୍କ କାର୍ୟ୍ୟାଳୟ ପାଖରେ ଥିବା ବରଗଛ ମୂଳରେ ଛିଡ଼ା ହୋଇଥିଲେ । ହଠାତ୍ ବରଗଛରେ ଥିବା ମହୁମାଛି ଉଡ଼ିବା ଆରମ୍ଭ କରିବା ସହ ଗଛ ପାଖରେ ଥିବା ପରୀକ୍ଷାର୍ଥୀଙ୍କୁ ଆକ୍ରମଣ କରିଥିଲେ । ତେବେ ମହୁମାଛି ଆକ୍ରମଣ କରିବା ଦେଖି ପରୀକ୍ଷାର୍ଥୀମାନେ ଦୌଡ଼ିବା ଆରମ୍ଭ କରିଥିଲେ । ୫୦ରୁ ଅଧିକ ପରୀକ୍ଷାର୍ଥୀ ଓ ୨ ଜଣ ଶିକ୍ଷକ ମହୁମାଛି ଆକ୍ରମଣରେ ଶିକାର ହୋଇଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ହୋଇଥିଲେ ମଧ୍ୟ ଇଂରାଜୀ ପରୀକ୍ଷା ଦେଇଥିଲେ । ପରୀକ୍ଷା ଶେଷ ହେବା ହରିଚନ୍ଦନପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ସମସ୍ତେ ଘରକୁ ଫେରିଛନ୍ତି । ଏଥିସହ ଦୁଇ ଜଣ ଶିକ୍ଷକ ମଧ୍ୟ ମହୁମାଛି ଆକ୍ରମଣରେ ଗୁରୁତର ହୋଇଛନ୍ତି । ଚିକିତ୍ସା ପରେ ଘରକୁ ଫେରିଛନ୍ତି । ଗୁରୁତର ଶିକ୍ଷକଙ୍କ ମଧ୍ୟରେ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ପିଟାପିଟିର କିଶୋର ଚନ୍ଦ୍ର ମହାନ୍ତି ଏବଂ ଗ୍ରାମ ପଞ୍ଚାୟତ ହାଇସ୍କୁଲ ବାଇଲୋବେଡ଼ା, ଭଗାମୁଣ୍ଡାର ମନୋଜ କୁମାର ମହାନ୍ତ ।
Powered by Froala Editor